ଶୁଣିଲାନି ପ୍ରଶାସନ, ସମାଜସେବୀ କଲେ ରାସ୍ତା ମରାମତି

0 134

ନୂଆପଡ଼ା : ଗାଁରେ ଭଲ ରାସ୍ତା ନାହିଁ, ରାସ୍ତା ସାରା ଏତେ ଖାଲ ଖମାଲ ଯେ ସ୍କୁଲ ବସ କିମ୍ବା ଆମ୍ବୁଲାନ୍ସ ଆସି ପାରେନି । ଯିବା ଆସିବାରେ ବହୁତ୍‌ ଅସୁବିଧା ସୃଷ୍ଟି ହୁଏ । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ନ ଶୁଣିବାରୁ ଶେଷରେ ଗାଆଁ ରାସ୍ତା ମରାମତି କରିଛନ୍ତି ଗାଆଁର ଜଣେ ସମାଜସେବୀ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଚାନ୍ଦୋପଲା ଗାଁ । ଏହି ଗ୍ରାମର ଜନସଂଖ୍ୟା ଦୁଇ ହଜାରରୁ ଉର୍ଦ୍ଧ୍ୱ । କିନ୍ତୁ ଦୁଃଖର ବିଷୟ ହେଲା ଗାଁ କୁ ଯିବା ରାସ୍ତାରେ ଖାଲ ଖମାଲ ଓ କାଦୁଅ ପଚପଚ । ସେଥିପାଇଁ ଗାଁକୁ ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଯାନବାହନ ଯିବାରେ ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହେବାପରେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଇ ନଥିଲା । ଏହା ଦେଖି ଗ୍ରାମର ଯୁବ ସମାଜସେବୀ ରାଜକୁମାର ନିଜ ଖର୍ଚ୍ଚରେ ଲୋକ ଲଗାଇ ବାଲି ଓ ମୁରୁମ ଆଣି ରାସ୍ତା ମରାମତି କରିଥିଲେ । ଫଳରେ ରାସ୍ତା ସମସ୍ୟା କିଛି ମାତ୍ରାରେ ଲାଘବ ହୋଇଥିବା ବେଳେ ଗ୍ରାମବାସୀ ଖୁସି ଜାହିର କରିଛନ୍ତି । ଚାନ୍ଦୋପଲା ଗାଁକୁ ସରକାରଙ୍କ ଦୃଷ୍ଟି କେବେ ପଡ଼ିବ ଏବେ ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

16 + 3 =