ପୁରୀ ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ଟ୍ରେନ

0 58

ପୁରୀ : ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍‌ । ପୁରୀ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌ । ଆଜି ଅପରାହ୍ନରେ ପୁରୀ-ଗୁଣପୁର ପସେଞ୍ଜର ଟ୍ରେନ ସଟିଙ୍ଗ କରିବା ପାଇଁ ପଛକୁ ଫେରୁଥବା ବେଳେ ଟ୍ରେନର ପଛ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ବଗିରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଥିଲା । ତେବେ କାହାର ଜୀବନହାନି ହୋଇନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଥିଲେ । ବଗିଟି ଲାଇନଚ୍ୟୁତ ହୋଇ ଷ୍ଟେସନ ନିକଟରେ ଥିବାରୁ ଏହାକୁ କିଭଳି ଟ୍ରାକକୁ ଅଣାଯିବ ସେନେଇ ପ୍ରୟାସ ଜାରି ରହିଛି । କାହିଁକି ଓ କେଉଁ କାରଣରୁ ଟ୍ରେନ ଲାଇନଚ୍ୟୁତ ହେଲା ସେ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଅଧିକାରୀ । ସେପଟେ ଗତ ଗତ ଅକ୍ଟୋବର ୨୨ ତାରିଖରେ ମାଳତିପାଟପୁର ଷ୍ଟେସନ ଠାରେ ପୁରୀ-ହାଓଡ଼ା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × 4 =