ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଘୁ.ଉଦୟଗିରିରେ ସ୍ୱାଗତ ସମ୍ବର୍ଦ୍ଧନା

0 52

ଘୁ ଉଦୟଗିରି: କଂଗ୍ରେସ ଦଳରେ ଜିଲ୍ଲା ସଭାପତି ଅଦଳବଦଳ ପରେ ନୂତନ ଭାବେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଚନ୍ଦ୍ର ପରିଡା ନିଯୁକ୍ତି ପାଇବା ପରେ ଆଜି ଘୁ.ଉଦୟଗିରି ରେ ପହଞ୍ଚିବା ପରେ ଘୁ.ଉଦୟଗିରି ବ୍ଲକ ଏବଂ ନଗର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ପରିଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖୁବାକୁ ମିଳିଛି । ପିସିସି ସଭ୍ୟ ଜାକେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ନାୟକ, ବ୍ଲକ ସଭାପତି ସଦାନନ୍ଦ ନାୟକ,ତଲାରୀମାହା ସମିତି ସଭ୍ୟ ଉମେଶ ,ମିଲନ ନାୟକ, ହିରେନ ନାୟକ, ମାନଭଞ୍ଜନ ପ୍ରଧାନ, ମହିପତି ନାୟକ, ଆମୋଶ ନାୟକ,ମିଥୁନ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ ନେତା ଏବଂ କର୍ମୀ ଉପସ୍ଥିତ ରହି ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସ୍ୱାଗତ ଜଣେଇଥିଲେ ।

hiranchal ad1
Leave A Reply

Your email address will not be published.

9 + twenty =