ଉଦଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନକୁ କଡାକଡି ଯାଞ୍ଚ କଲେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ

0 666

ଦଶପଲ୍ଲା : ଆସନ୍ତା ୦୬ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଦ୍ୱାରା ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟନ ହେବାକୁ ଥିବା ବେଳେ ଉଦଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନକୁ କଡାକଡି ଯାଞ୍ଚ କରିଛନ୍ତି ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ମନୋଜ ଶର୍ମା ଏବଂ ତାଙ୍କ ସହ ଖୋର୍ଦ୍ଧା ଡ଼ଇ ଆର୍‌ଏମ୍‌ଏଚ୍‌ ଏସ୍‌ ବାଜୱା ଏବଂ ପି ସି ଇ – ରାଜନିଶ୍‌ ମାଥୁର୍‌, ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ନିରୀକ୍ଷଣ ରେଳ ସାହାଯ୍ୟରେ ଦଶପଲ୍ଲା ଷ୍ଟେସନକୁ ଆସି ରେଳ ଲାଇନ୍‌,ଲୁପ୍‌ ଲାଇନ୍‌, ସିଗିନାଲ୍‌, ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ କଡାକଡି ଯାଞ୍ଚ କରିବା ସହ ଆସନ୍ତା ୬ତାରିଖ ପରଠାରୁ ୪ଟି ଟ୍ରେନ ଚଳାଚଳ ଆରମ୍ଭ କରାଯିବ ଏବଂ ବଲାଙ୍ଗିର ପଟୁ ସୋନପୁର ବିଛୁ ପାଲି ପର୍ଯ୍ୟନ୍ତ ଟ୍ରେନ ଆସିଥିବା ବେଳେ ବିଛୁପାଲି ଠାରୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ୭୫କିଲୋମିଟରକୁ ମାର୍ଚ୍ଚ ମାସ ସୁଦ୍ଧା ଟ୍ରେନ ଚଳାଚଳ କରିଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ମୋନୋଜ୍‌ ଶର୍ମା, ସେପଟେ ଦଶପଲ୍ଲା ଷ୍ଟେସନର ସବୁ କିଛି ଠିକ୍‌ ରହିଛି ଏବଂ ୦୬ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଷ୍ଟେସନର ଉଦ୍ଧାଟନ କରାଯିବ ବୋଲି କହିଛନ୍ତି ଦଶପଲ୍ଲା ଷ୍ଟେସନ ମାଷ୍ଟର ।

hiranchal ad1
Leave A Reply

Your email address will not be published.

13 + fifteen =