ବିଶ୍ୱ ଏଡସ୍‌ ଦିବସ-୨୦୨୩ ଅବସରରେ “ସମ୍ପ୍ରଦାୟକୁ ନେତୃତ୍ୱ ଦିଅନ୍ତୁ’ ଶୀର୍ଷକ କର୍ମଶାଳା

0 176

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ସ୍ୱାତି, ଜିଲ୍ଲା ସାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ବିଶ୍ୱ ଏଡସ୍‌ ଦିବସ-୨୦୨୩ ଅବସରେ ଫୁଲବାଣୀ ସ୍ଥିତ ଚନ୍ଦନ ନଗର ଠାରେ ସମ୍ପ୍ରଦାୟକୁ ନେତୃତ୍ୱ ଦିଅନ୍ତୁ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲିଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ଗୋଷ୍ଠୀ ସଚେତନତା ଜାରି ରହିଥିବା ବେଳେ ଡିସେମ୍ବର ୦୧ -୨୦୨୩ ଏଡସ୍‌ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏଚ୍‌.ଆଇ.ଭି/ଏ.ଡ୍‌.ସ୍‌. ସୁପରଭାଇଜର ଦେବାଶିଷ ମିଶ୍ର ଯୋଗଦେଇ ଏଡସ୍‌ ଦିବସ ପାଳନର ମହତ୍ୱକୁ ଉପସ୍ଥାପନା ଗପ ଓ କାହାଣୀ ମାଧ୍ୟମରେ ଉପସ୍ଥାପନା କରିବା ସହିତ ସମ୍ପ୍ରଦାୟ କିପରି ଅଧିକ ସଚେତନ ହୋଇ ସଙ୍କ୍ରମଣ କୁ ରୋକିପାରିବେ ତାର ଉପାୟ ଜଣାଇଥିଲେ ।
ଲକ୍ଷ୍ୟଭେଦୀ ପ୍ରକଳ୍ପ ପରିଚାଳକ ବିଶ୍ୱରଞ୍ଜନ କର ଏହି ଆଲୋଚନାରେ ଉପସ୍ଥିତ ରହି ଏଚ୍‌.ଆଇ.ଭି ଭୁତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମକୁ ଜନସାଧାରଣଙ୍କୁ ଅବଗତ କରିଥିଲେ ଓ ଏହି ସଂକ୍ରମଣ କିପରି ଦୁଇ ଦଶନ୍ଧି ପୂର୍ବରୁ ସମାଜକୁ ଡରାଇ ଥିଲା ତାହା ମଧ୍ୟ ସୂଚନା ଦେଇଥିଲେ । କାଉନସିଲର ସ୍ନେହଲତା ନାୟକ ପ୍ରକଳ୍ପ ମାଧ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକର ଲାଭ ବିଷୟରେ ଜଣାଇଥିଲେ । ଭୁତାଣୁ ଥରେ ସଂକ୍ରମଣ ହେଲେ କିପରି ଜଣେ ସୁସ୍ଥ ଥିବା ଲୋକକୁ ଦୁର୍ବଳ କରି ମୃତ୍ୟୁମୁଖକୁ ଟାଣିନିଏ ତାହା ସମନ୍ୱିତ ପରାମର୍ଶ ଓ ରକ୍ତପରିକ୍ଷା କେନ୍ଦ୍ରର ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା କହିଥିଲେ । ସାଧାରଣ ଜନତା କିପରି ସତର୍କ ରହି ନିଜକୁ ଏହି ଭୁତାଣୁ କବଳରୁ ବଞ୍ଚିବେ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଡସ୍‌ ଦିବସର ଏ ବର୍ଷର ବିଷୟ ବସ୍ତୁ ସମ୍ପ୍ରଦାୟକୁ ନେତୃତ୍ୱ ଦିଅନ୍ତକୁ ତର୍ଜମା କଲେ ଦେଖାଯାଏ ଜନସାଧାରଣ ଯଦି ଆଗକୁ ନ ଆସିବେ ତେବେ ଏହି ଭୟାନକ/ଦୂରାସାଧ୍ୟ ରୋଗର ନିରାକରଣ ସମ୍ଭବ ହୋଇପାରିବ ନାହିଁ ବୋଲି ଅନୁଷ୍ଠାନର ସମ୍ପାଦକ ଇ. ହରି ଶଙ୍କର ରାଉତ ମତ ଦେଇଥିଲେ । ବିପଦସଙ୍କୁଳ ବ୍ୟକ୍ତି ବିଶେଷଙ୍କର ନିୟମିତ ସାସ୍ଥ୍ୟ ପରିକ୍ଷା ସହିତ ବ୍ୟବହାରିକ ପରିବର୍ତ୍ତନ ପ୍ରତି ଅଧିକ ଧ୍ୟାନ ଦେବା ସହିତ, ପ୍ରକଳ୍ପ ମାଧ୍ୟମରେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ଅଛି ବୋଲି ସିତା ରଣା କହିଥିଲେ । ତତ୍‌ ସହିତ ଟିକାବାଲି ଠାରେ କନକଲତା ପାତ୍ରଙ୍କ ସହଯୋଗରେ ଏକ ସଚେତନତା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେହିପରି ସନ୍ଧ୍ୟା ସମୟରେ ଏ.ଏନ୍‌.ଏମ୍‌. ତାଲିମ୍‌ କେନ୍ଦ୍ରଫୁଲବାଣୀ ଠାରେ ଏକ କ୍ୟାଣ୍‌ଡେଲ ସୋଭାଜାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ଅତିରିକ୍ତଜନସାସ୍ଥ୍ୟ ଅଧିକାରି ଡା. ପ୍ରଶନ୍ନ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଏ.ଏନ୍‌.ଏମ୍‌.ଟି.ସି.ର ପ୍ରିନିସିପାଲ ସ୍ନେହାଞ୍ଜଳୀ ପ୍ରଧାନ,ଏ.ଡି.ପି.ଏଚ୍‌.ସି.ଓ. ଧର୍ମେନ୍ଦ୍ର ତାଣ୍ଡି ଓ ବିଶ୍ୱସାସ୍ଥ୍ୟ ସଂଗଠନର ଜିଲ୍ଲା କନ୍‌ସଲଟାଣ୍ଟ ଡା. ବିଜୟ କୁମାର ଉପସ୍ଥିତ ରହି ଭାଗନେଇଥିବା କଲେଜ୍‌ର ଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 11 =