ରକ୍ତ ଦାନ ଶିବିର

0 38

ପାରଳାଖେମୁଣ୍ଡି : ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍‌ ୟୁନିଭରସିଟି, ପାରାଲାଖେମୁଣ୍ଡି କ୍ୟାମ୍ପସ୍‌ ଏବଂ ୟୁଥ୍‌ ରେଡ୍‌ କ୍ରସ୍‌ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଡକ୍ଟର ପ୍ରଫୁଲ୍ଲ ପଣ୍ଡା, (ଡିନ ଇନ୍‌ ଚାର୍ଜ, ଏସଓଇଟି), ଡକ୍ଟର ରିତେଶ କୁମାର (ଡିନ୍‌ ଛାତ୍ର ବ୍ୟାପାର )ଏବଂ ଅନ୍ୟାନ୍ୟ ଅଧ୍ୟାପକ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଡକ୍ଟର ପ୍ରଜ୍ଞା ପାଣି (ସଂଯୋଜକ , ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ) ଏହି ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ୧୧୧ ୟୁନିଟ୍‌ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରକ୍ତ ନମୁନା ସଂଗ୍ରହ ପାଇଁ ଓଡିଶା ବ୍ଲଡ ସେଣ୍ଟର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାରାଲାଖେମୁଣ୍ଡି ଦ୍ୱାରା ଖଗେଶ୍ୱର ବେହେରାଙ୍କ ନେତୃତ୍ୱରେ ଡକ୍ଟର ଏବଂ ଟେକ୍ନିସିଆନଙ୍କ ଏକ ଟିମ୍‌ ଆସିଥିଲେ । ଏହି ଶିବିରକୁ ଡକ୍ଟର ସୁଶାନ୍ତ କୁମାର ପଟ୍ଟନାୟକ (ଛାତ୍ର କାର୍ଯ୍ୟକଳାପ ସଂଯୋଜକ) ପରିଚାଳନା କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ଶୁଭ୍ରମୟ ନାୟକ ଏବଂ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌ର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =