ଭୟଙ୍କର ଟ୍ରେନ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ବାଲିଗୁଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଦୀପଦାନ

0 297

ବାଲିଗୁଡ଼ା: ବାଲେଶ୍ୱର ଜିଲ୍ଲାର ବାହାନାଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଏହି ଦୁଃଖଦ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଶୋକ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଶୋକ ଦିବସ ପାଳନ ପରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟରୁ ସଙ୍ଘର ସଦସ୍ୟମାନେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ବାହାରି ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିରରେ ପହଁଚି ଦୀପଦାନ କରିଛନ୍ତି । ଏଥିସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସଙ୍ଘର ସଦସ୍ୟମାନେ ।

hiranchal ad1
Leave A Reply

Your email address will not be published.

4 + two =