ମିତାଲିଙ୍କ ସଫଳତାରେ ଖମ୍ବାରୀଗାଁ ପଞ୍ଚାୟତ ଗର୍ବିତ

0 49

ବ୍ରହ୍ମପୁର/ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଂଚାୟତ ଅନ୍ତର୍ଗତ ଟୀକରପଡ଼ା ଗ୍ରାମରେ ମିତାଲିଙ୍କ ଜନ୍ମ । ପ୍ରଦୀପ କୁମାର କର ଓ ସୁନୀତା କରଙ୍କ ଜ୍ୟେଷ୍ଠ କନ୍ୟା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ । ପାଠ ପଢାରେ ରହିଥିଲା ରୁଚି । ତେଣୁ ପ୍ରାରମ୍ଭ ଠାରୁ ପ୍ରତି ଶ୍ରେଣୀ ରେ ସେ ଶତ ପ୍ରତିଶତ ମାର୍କ ରଖି ଆସୁଥିଲେ । ନବମ ଶ୍ରେଣୀରେ ମଧ୍ୟ ଶତକଡା ୯୬ % ମାର୍କ ରଖିଥିଲେ । ହେଲେ ମିତାଲିଙ୍କ ଆଶା ଥିଲା ଦଶମ ବୋର୍ଡ ପରୀକ୍ଷାରେ ୯୬% ରୁ ଅଧିକ ମାର୍କ ରଖି ଶିକ୍ଷାନୁଷ୍ଠାନ ସହିତ ପିତା ମାତାଙ୍କ ଗୌରବ ରଖିବେ ବୋଲି । କିନ୍ତୁ ବିଧିର ବିଧାନ ର ବିଚାର ଅଲଗା ।ସେ ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ସମୟରେ ହଠାତ୍‌ ଜ୍ୱର ହୋଇ ଅସୁସ୍ଥ ଅନୁଭବ କଲେ ଏବଂ ଦୀର୍ଘ ଚାରି ମାସ ଜ୍ୱର ସହ ଲଢ଼ି ଦ୍ୱିତୀୟ ସମେଟିଭ ପରୀକ୍ଷାର ୧୦ ଦିନ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ଓ ଶେଷରେ ପରୀକ୍ଷା ଦେବା ପାଇଁ ମନସ୍ଥ କରି ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ନିକଟେ ପ୍ରକାଶିତ ହୋଇଥିବା ଦଶମ ବୋର୍ଡ ପରୀକ୍ଷା ରେ ୮୮% ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ମଧ୍ୟ ସେ ଏହି ମାର୍କରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ବ୍ୟକ୍ତ କରିଛନ୍ତି । ଯେତିକି ମାର୍କ ରଖିଛନ୍ତି ନିଜର ପରିଶ୍ରମ, ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦ ଓ ଭଗବାନଙ୍କ କରୁଣାରୁ ସମ୍ଭବ ବୋଲି କହିଛନ୍ତି । ତେଣୁ ପରିଶ୍ରମ କେବେ ବୃଥା ଯାଏନି ଏହା ଏକ ଜ୍ୱଳନ୍ତ ଉଦାହରଣ । ଭବିଷ୍ୟତ ରେ ସେ ଡାକ୍ତରୀ ପାଠ ପଢ଼ି ଭଲ ଡାକ୍ତରିଟିଏ ହୋଇ ରୋଗୀଙ୍କ ସେବାରେ ବ୍ରତୀ ରହିବାର ଆଶା ରଖିଛନ୍ତି । ଅଞ୍ଚଳବାସୀ ଓ ବନ୍ଧୁ ପାରିବାର ବର୍ଗ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 16 =