ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବିପତ୍ର ପ୍ରଦାନ

0 88

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଶତାଧିକ ଲୋକ ଆଜି ନନ୍ଦାହାଣ୍ଡି ବ୍ଲକରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶତାଧିକ ପୁରୁଷ ଓ ମହିଳା ନିଜ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ବଣ୍ଟନ କରାଯାଇଥିବା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଆଲୋଚନା କରାଯାଉଛି । ପ୍ରକୃତ ହିତାଧିକାରୀମାନଙ୍କୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି । ମାଳମାଳ ଯୋଜନା ଗୁଡିକ ଯୋଜନ ଯୋଜନ ଦୂରରେ । ହିତାଧିକାରୀ ମାନେ ଚାତକ ପରି ରହୁଛନ୍ତି ସରକାରୀ ବାବୁଙ୍କୁ ଭଗବାନ୍‌ ମନେକରି । ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଲିଷ୍ଟ ନିକଟରେ ପ୍ରକାଶ ପାଇଛି । କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ନାମ ନଥିବାରୁ ଆଜି ଭାରତୀୟ ଜନତା ପାର୍ଟି, ନନ୍ଦାହାଣ୍ଡି ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ପଣ୍ଡା, ଉପସଭାପତି ଭଗବାନ ବିଷୋୟୀଙ୍କ ତତ୍ୱାବଧାନରେ ଶତାଧିକ ପଞ୍ଚାୟତବାସି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିଜ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଗୁଡ଼ିକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁରଙ୍କୁ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × 4 =