ପୋଲିସକୁ ସଫଳତା, ପମ୍ପ ମୋଟର ଚୋରି ଅଭିଯୋଗରେ ୫ ଗିରଫ

0 93

ନବରଙ୍ଗପୁର : ନଳକୂପ ମୋଟର ପମ୍ପ ଚୋରି ଅଭିଯୋଗରେ ନବରଙ୍ଗପୁର ଥାନାଧିକାରୀ ଆଜି ୫ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନବରଙ୍ଗପୁର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏକ ପ୍ରେସ ମିଟ କରି ପାଞ୍ଚଜଣ ଚୋର ଗିରଫ କରିଥିବା ସୂଚନା ପ୍ରଦାନ କରିଥିଲେ । ଏଡିପିଓ ଶ୍ରୀ ପ୍ରଧାନଙ୍କ ସୂଚନା ଅନୁସାରେ ପଞ୍ଜିଆ ସାହି ନିବାସୀ ସନ୍ତୋଷ କୁମାର ଗନ୍ତାୟତ ୩୦.୧ ରେ ତାଙ୍କ ଘରୁ ଭି-ଗାର୍ଡ ମୋଟର ପମ୍ପ ଚୋରୀ ହୋଇଥିବା ଏତଲା ଦେଇଥିଲେ । ଏହାର ଓ ପୂର୍ବରୁ ତିନିଗୋଟି କେସର ତଦନ୍ତ କରି ନବରଙ୍ଗପୁର ଥାନା ଆଇଆଇସି ସହରର ଏକ ନମ୍ବର ୱାର୍ଡ ଚଉଁରିଆଗୁଡ଼ା ନିବାସୀ ଭୁବନ ଧାକଡ, ଗୋରା ଜାନୀ, ବିକାଶ ବେହେରା, ଡମୁ ଧାକଡ, ମଧୁ ଜାନୀ ନାମକ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ମୋଟର ଚୋରି କେସ ନ.୫୮୯/ ୧୨.୧୨.୨୨, ଅବକାରୀ କାର୍ଯ୍ୟାଳୟ, କେସ ନ. ୩୫/ ୧୫.୧.୧୩ ବାପୁଜୀ ପବ୍ଲିକ ସ୍କୁଲ ପାଖ ଓ କେସ ନ. ୫୪/ ୨୮.୧.୨୩ ଉତ୍କଳ କଲେଜ ପାଖ ଇତ୍ୟାଦିର ଅନ୍ତର୍ଭୁକ୍ତ ସମୁଦାୟ ସାତଗୋଟି ପାଣି ମୋଟର ପମ୍ପ ଜବତ କରାଯାଇଛି ।
ଆଜିର ଏହି ପ୍ରେସ ବିଜ୍ଞପ୍ତି ବେଳେ ଏଡ଼ିପିଓ ନିହାର ରଞ୍ଜନ ପ୍ରଧାନ, ନବରଙ୍ଗପୁର ଥାନା ଆଇଆଇସି ନରେଶ କୁମାର ପ୍ରଧାନ ଓ ସବ୍‌ ଇନ୍ସପେକ୍ଟର ସାହୁ ଓ ଅନ୍ୟ ଥାନା କର୍ମଚାରୀ ମାନେ ଉପସ୍ଥିତି ଥିଲେ ।

hiranchal ad1
Leave A Reply

Your email address will not be published.

12 + 13 =