ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ

0 163

ବାଲିଗୁଡ଼ା: ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଅଞ୍ଚଳର ବୁଡାଙ୍ଗପିପାଲି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ପ୍ରକାରେ ବୁଡାଙ୍ଗପିପାଲି ଗ୍ରାମର ଅଜୟ ପ୍ରଧାନ ନାମକ ଯୁବକ ରାଣିପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସବୁଦିନ ଭଳି ଗତକାଲି ସକାଳୁ ନିଜ ଗ୍ରାମରୁ ବିଦ୍ୟାଳୟକୁ ଗଲାବେଳେ ସାନ ପ୍ରଧାନ (୨୨) ନାମକ ତାଙ୍କ ସମ୍ପର୍କୀୟ ପୁତୁରା ଭ୍ରମରବାଡ଼ି ଠାରେ ଲିଫ୍ଟ ମାଗି କଟାବାଡ଼ି ଗ୍ରାମ ପର୍ଯ୍ୟନ୍ତ ଯିବାକୁ କହିଥିଲା । ଦୁହେଁ ମୋଟରସାଇକେଲରେ ଗଲାବେଳେ କଟାବାଡ଼ି ଗ୍ରାମ ନିକଟରେ ଏକ ନିର୍ଜନ ସ୍ଥାନ ଦେଖି ଅଜୟଙ୍କୁ ପଛ ପଟରୁ ବେକରେ ଛୁରା ଭୂଷି ମରଣାନ୍ତକ ଆକ୍ରମଣ କରିଥିଲା ପୁତୁରା ସାନ ପ୍ରଧାନ । ସେହି ସମୟରେ ସୌଭାଗ୍ୟବଶତଃ ଗ୍ରାମର କିଛି ଲୋକ ଦେଖି ଆହତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହିତ ଆକ୍ରମଣକାରୀକୁ କାବୁ କରି ଦାରିଙ୍ଗବାଡ଼ି ଥାନାକୁ ଜଣାଇଥିଲେ । ଖବରପାଇ ଦାରିଙ୍ଗବାଡି ଥାନା ଅଧିକାରୀ କୈଶିକ ମାଝୀ ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦାରିଙ୍ଗିବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଆକ୍ରମଣକାରୀ ପୁତୁରାକୁ ଅଟକ ରଖି ପଚରାଉଚରା କରିଛି । ସେପଟେ ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 12 =