ନୂଆଗାଁରୁ ଦଶପଲ୍ଲା ଅଭିମୁଖେ ଗଡିଲା ଟ୍ରାଏଲ୍‌ ଟ୍ରେନ୍‌

0 295

ଦଶପଲ୍ଲା : ଗତକାଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂପ୍ରସାରଣ ଆଉପାଦେ ଆଗେଇଛି । ଆଜି ନୂଆଗାଁ ଠାରୁ ଦଶପଲ୍ଲା ନିକଟସ୍ଥ କୁଆଁରିଆ ୨୦୯ ନଂ ବ୍ରିଜ୍‌ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ୬୦ ଟିରୁ ଉର୍ଦ୍ଧ୍ୱ କୋଚ୍‌ ସଂପର୍ଣ୍ଣ ଏକ ଡିଜେଲ୍‌ ଚାଳିତ ରେଳଗାଡ଼ି କେତେକ ରେଳବାଇ ସାଜ ସରଂଜାମ ସହିତ ଆସିଥିଲା । ଏହି ରେଳଗାଡି ପୁରୁଣା ପହି ବଦଳାଇ ନୂଆ ପହି ପରିବର୍ତ୍ତନ କରିବ ବୋଲି ସୂଚନା ମିଳିଛି । କାର୍ଯ୍ୟର ଅଗ୍ରଗତିକୁ ଦେଖି ଦଶପଲ୍ଲାକୁ ଆସନ୍ତା ରଥଯାତ୍ରା ସୁଦ୍ଧା ରେଳ ଗଡିବା ନେଇ ଆଶା ଉଦ୍ରେକ ହୋଇଛି ।

hiranchal ad1
Leave A Reply

Your email address will not be published.

17 − six =