ଫରେଷ୍ଟ ସ୍ମାର୍ଟ ପାର୍କରେ ବିଦ୍ୟୁତ ସଂସ୍ପର୍ଶରେ ଆଶି ମହିଳା ଶ୍ରମିକଙ୍କ ମୃତ୍ୟୁ

0 97

ସୁବର୍ଣ୍ଣପୁର : ଆଜି ସକାଳ ୭ ଘଣ୍ଟା ବେଳେ ଫରେଷ୍ଟ ସ୍ମାର୍ଟ ପାର୍କରେ କାର୍ଯ୍ୟରତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି । ଏ ଖବରରେ ସହରର ଖଦାଳ ପଡା ତଥା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ସୋନପୁର ଖଦାଲ ପଡା ୱାର୍ଡ ନମ୍ବର ୧୧ର ଉଦ୍ୟାନ୍‌ ମହିଳା ଗ୍ରୁପ ସବୁ ଦିନ ପରି ଆଜି ମଧ୍ୟ ଏହି ପାର୍କକୁ ସଫେଇ କାମ କରିବାକୁ ଯାଇଥିବା ସମୟରେ ଘାସ କଟା ମେସିନର ବିଦ୍ୟୁତ୍‌ ଆଘାତରେ ବାସନ୍ତୀ ନାୟକ (ଉଦ୍ୟାନ ଗ୍ରୁପ ମହିଳା) ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସାଥି ମହିଳାଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ହଠାତ ଲାଇନ ଡିସକନେକ୍ଟ ସତ୍ତେ୍ୱ ମଧ୍ୟ ବାସନ୍ତିଙ୍କ ପ୍ରାଣ ହାନି ଘଟିବା ସମସ୍ତ ଏସଏଚଜି ମହିଳା ତଥା ସାଥି କର୍ମଚାରୀଙ୍କୁ ଖୁବ ଦୁଃଖ ଦେଇଛି । କିଛି ସ୍ୱେଚ୍ଛାସେବୀ ଓ ପାର୍କ କର୍ମଚାରୀ ଙ୍କ ଦ୍ୱାରା ତୁରନ୍ତ ତାଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ ମହିଳାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପରିବାରର ଥଇଥାନ ପାଇଁ ଜଣଙ୍କୁ ଚାକିରି ପ୍ରଦାନ ସହିତ ୨୫ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ସରକାରଙ୍କୁ କୋହ ଭରା କଣ୍ଠରେ ନିବେଦନ କରିଛନ୍ତି ମୃତା ବାସନ୍ତିଙ୍କ ସ୍ୱାମୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ କ୍ରସ ପାଣ୍ଠିରୁ ତୁରନ୍ତ ଦଶ ହଜାର, ହରିଶ୍ଚନ୍ଦ୍ର ଯୋଜନାରୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଏନବିଏଫସି ସମାଜ ମଙ୍ଗଳ ବିଭାଗରୁ ୨୦ ହଜାର, ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ, ଶ୍ରମିକ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ୨ ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

4 × two =