ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ ଘଟଣା,ଚାରିଦିନ ପରେ ଡାହୁକା ନଦୀପଠାରୁ ମିଳିଲା ମୃତଦେହ

0 24

ନୂଆଗାଁ : ଦୀର୍ଘ ଚାରି ଦିନ ପରେ ଆଜି ମିଳିଲା ବୃଦ୍ଧାଙ୍କ ମୃତଦେହ । ଆଜି ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର ଖୋଜା ଖୋଜି କରୁଥିବା ବେଳେ ଡାହୁକା ନଦୀ ପଠାରେ ଥିବା ଏକ ଜୁଣ ବୁଦା ମୂଳରେ ବୃଦ୍ଧାଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଗତ ସୋମବାର ପୂର୍ବାହ୍ନରେ ସଦରଥାନା ଅନ୍ତର୍ଗତ ଖଣ୍ଡୁର୍ଗା ଗ୍ରାମର ସ୍ୱର୍ଗତ ଭିକାରୀ ଦାସଙ୍କ ସ୍ତ୍ରୀ ଲକ୍ଷ୍ମୀ ଦାସ(୮୨) ବାଡ଼ିପଟେ ଥିବା ଡାହୁକା ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟଧରି ସେ ଘରକୁ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ନୟାଗଡ଼ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ । ତୁଳସିପୁର-ମାଳିସାହି ରାସ୍ତାର ଖଣ୍ଡୁର୍ଗା ନିକଟ ଡାହୁକା ନଦୀର ପୋଲତଳ ଗଣ୍ଡରେ ଅଗ୍ନିଶମ ବାହିନୀ ଦିନତମାମ ଖୋଜାଖୋଜି କରିଥିଲେ । ନିଖୋଜ ହେବାର ୨ ଦିନ ବିତି ଯାଇଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିନଥିବାରୁ ବୃଦ୍ଧାଙ୍କ ପରିବାର ପକ୍ଷରୁ ନୟାଗଡ଼ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଡାହୁକା ନଦୀ ପିଠରୁ ବୃଦ୍ଧାଙ୍କ ମୃତଦେହ ଠାବ ପରେ ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

19 − thirteen =