ମନରେଗା ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

0 41

ଦଶପଲ୍ଲା : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତୀ ଆବାସ ଯୋଜନା (ଗ୍ରାମୀଣ) ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ , ଉପ- ଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ କୁମାର ବଳିୟାରସିଂ , ଆମ୍ବୁଡ୍ସମ୍ୟାନ ଗିରିଶ ଚନ୍ଦ୍ର ଦାସ, ଅତିରିକ୍ତ ପକଳ୍ପ ଅଧିକାରୀ (ମନରେଗା) ସଶିରେଖା ଜେନା , ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ ପ୍ରଧାନ ଓ ସଭ୍ୟା ସତ୍ୟଭାମା ନାୟକ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରକଳ୍ପ ଅଧିକାରୀ ସମୀକ୍ଷାର ତଥ୍ୟ ଉପସ୍ଥାପନ କରିଥିବା ବେଳେ ଗୋଷ୍ଠି ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଚାର୍ଯ୍ୟ ସମୀକ୍ଷା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ମନରେଗା ଯୋଜନା ଦ୍ୱାରା ୨୦୨୨/୨୩ର ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ବିଶେଷ କରି ଦଶପଲ୍ଲା ବ୍ଲକରେ କାର୍ଯ୍ୟ କରୁଥିବା ମୃତ୍ତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗ ଓ ବନ ବିଭାଗର ବିଭାଗୀୟ ଅଧିକାରୀମାନେ କିଛି ଜାଣିନଥିବା ଉତ୍ତରରେ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ମୃତ୍ତିକା ବିଭାଗର ଦଶପଲ୍ଲା ବ୍ଲକରେ ତାର ନିଜସ୍ୱ କାର୍ଯ୍ୟାଳୟ ନଥାଇ କିପରି କାର୍ଯ୍ୟ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ୧୮୫୪୮ ଜଣଙ୍କ ନାମ ପଞ୍ଜିକରଣ କରାଯାଇ ସମସ୍ତଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି । ସେହିପରି ୨୫୯ ଗୋଟି ପରିବାରକୁ ୧୦୦ ଦିନର କାମ ଯୋଗାଇ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ ୧୦୭୨ ଗୋଟି ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ମିଳିଥିବା ବେଳେ ସେଥି ମଧ୍ୟରୁ ୯୧୮ ଗୋଟି ପ୍ରକଳ୍ପ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ବାକି ୨୦୨୨ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ୧୬୪ ଗୋଟିର ସାମାଜିକ ସମୀକ୍ଷା ସରିଥିବା ଦର୍ଶାଯାଇଛି । ଏହି ଶିବିରରେ ୨୦ଗୋଟି ପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା, ଜିଆରଏସ ଏବଂ ପଂଚାୟତରାଜ ଅଧିକାରୀ,ବନବିଭାଗ ଅଧିକାରୀ, ବିଦ୍ୟୁତ ଅଧିକାରୀଙ୍କ ସମେତ ଅନାନ୍ୟ ଅଫିସର ଅଧିକାରୀ ମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

9 − seven =