ଖଡ଼ିଆଳ ବିଧାନସଭା ନିର୍ବାଚନ ଲଢ଼ିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ

0 69

ନୂଆପଡା : ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ଗୋଟିଏ ବର୍ଷ ବାକିଥିବା ବେଳେ ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ସେ ଲଢେଇ କରିବେ ବୋଲି ଆଜି କହିଛନ୍ତି । ସିଦ୍ଧାନ୍ତ,ସ୍ୱାଭିମାନ,ଏକତା ଓ ପରିବର୍ତ୍ତନ ଏହି ଚାରି ବିଚାରଧାରା ନେଇ ସେ ଲୋକଙ୍କ ପାଖକୁ ଯିବେ ଓ ବର୍ତ୍ତମାନର କଳୁଷିତ ରାଜନୈତିକ ପରିବେଶକୁ ସୁଧାର କରିବେ ବୋଲି ମତ ରଖିଥିଲେ । ଏତେ ବର୍ଷ ପରେ ମଧ୍ୟ ଆମ ଅଂଚଳର ବିକାଶ ହୋଇପାରିନି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଆମେ ବହୁତ ପଛରେ ଅଛୁ ଓ ଲୋକେ ଏହାର ପରିବର୍ତ୍ତନ ଚାହୁଁଛନ୍ତି । ଲୋକଙ୍କ ଆଶା ପୂରଣ ପାଇଁ ସେ ବିଧାୟକ ପ୍ରାର୍ଥୀ ଭାବରେ ଅଂଶଗ୍ରହଣ କରିବେ ଓ ନିଜର ବିଚାରଧାରା ଲୋକଙ୍କ ପାଖରେ ରଖିବେ ବୋଲି କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିର୍ଦ୍ଦଳୀୟ ଅଛନ୍ତି, ଭବିଷ୍ୟତରେ ଯଦି କୌଣସି ଦଳ ତାଙ୍କୁ ଟିକେଟ ଦେବାକୁ ଚାହେଁ ଓ ସେହି ଦଳର ବିଚାରଧାରା ସହ ତାଙ୍କ ବିଚାରଧାରା ମିଶିଲେ ଏନେଇ ବିଚାର କରିବେ ବୋଲି ସେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଶ୍ରୀଯୁକ୍ତ ଚାଟାର୍ଜୀ ଆୟକର କମିଶନର ଭାବରେ ଅବସର ନେଲା ପରେ ଗତ ଏନଏସି ନିର୍ବାଚନରେ ଖଡ଼ିଆଳ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେ ଜଣେ ଉଚ୍ଚକୋଟୀର ସ୍ତମ୍ଭକାର ଓ ଓଡ଼ିଶାର ଜଣାଶୁଣା ଖବରକାଗଜରେ ତାଙ୍କ ସ୍ତମ୍ଭ ସବୁ ପ୍ରକାଶ ପାଏ ।

hiranchal ad1
Leave A Reply

Your email address will not be published.

twelve + seventeen =