ନିଯୁକ୍ତି ନାମରେ ଆଦିବାସୀ ମହିଳାଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ୨ଗିରଫ

0 116

ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଆଦିବାସୀ ମହିଳାଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ପୋଲିସ । ଗିରଫ ଦୁଇ ଜଣ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବି. ରାମଚନ୍ଦ୍ର ପୁରର ଅଞ୍ଚଳର ଗଣେଶ ଭୋଇ ଓ ଦାସ ବିଦ୍ୟାଧରପୁର ଗ୍ରାମର କୁମାର ନାୟକ । ସୂଚନା ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଦୁଇ ଜଣ ୨୦୨୦ ମସିହାରେ ନିଜକୁ ଭୁବନେଶ୍ୱର ବୟନ ଶିଳ୍ପ ବିଭାଗ କାର୍ଯ୍ୟ ସମ୍ପର୍କରେ ବୁଝାଇ ସେମାନେ ବୁଣାକାର ସମବାୟ ସମିତି ଭୁବନେଶ୍ୱର ସ୍ଥିତ (ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋ-ଅପରେଟିଭ ମ୍ୟାନେଜ ମେଣ୍ଟ ) ର କର୍ମଚାରୀ ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡି ,ମୁଣ୍ଡୁଲାବାଲି ଡକରବାଡ଼ି ସମେତ ବିଭିନ୍ନ ଗ୍ରାମରେ ନିରୀହ ଆଦିବାସୀ ମହିଳାଙ୍କୁ ବୁଣାକାର ସମବାୟ ସମିତିରେ ନିଯୁକ୍ତି ଦେବାକୁ କହି ୧୦ଜଣ ଲେଖାଏଁ ମହିଳାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ ଗଠନ କରିବାକୁ କହିଥିଲେ । ଗ୍ରୁପ ଗଠନ ପରେ ମହିଳାମାନଙ୍କୁ ଚାକିରୀ ଦେବା ସହ ବୀମା , ଗାଡି, ଘର,ମୋବାଇଲ, ସିଲେଇ ମେସିନ ଦିଆଯିବା ନେଇ ପ୍ରଲୋଭିତ କରି ଦାରିଙ୍ଗବାଡି ବ୍ଲକର ପ୍ରାୟ ୨୮୦ ମହିଳା ଗ୍ରୁପଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ । ଏପରିକି ଟଙ୍କା ନେବା ପୂର୍ବରୁ ମହିଳା ମାନେ ତାଙ୍କୁ ବିଶ୍ୱାସ କରିବା ପାଇଁ ଭୁବନେଶ୍ୱର ନେଇ ଏକ ସୁତାକଳକୁ ବୁଲାଇ କିଭଳି ସୂତା କଳରେ କାମ ହୁଏ ତାହା ବୁଝାଇ ଥିଲେ ଓ ତାହା ତାଙ୍କର ଅଫିସ ବୋଲି କହିଥିଲେ । ତେବେ ସେଠାରୁ ଫେରିବା ପରେ ଟଙ୍କା ନେବା ପରେ ସେମାନେ ଆଉ ମହିଳାମାନଙ୍କ ଫୋନ ରିସିଭ କରିନଥିଲେ । ଯାହାଫଳରେ ବ୍ଲକର ମହିଳା ଗ୍ରୁପ ସଦସ୍ୟମାନେ ବାଧ୍ୟ ହୋଇ ଦାରିଙ୍ଗବାଡ଼ି ଥାନାରେ ଏନେଇ ୨୦୨୧ ସେପ୍‌ଟେମ୍ବର ମାସ ୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୧୯୮/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ କୌଶିକ ମାଝୀ ଘଟଣାର ତଦନ୍ତ ଜାରି ରଖିଥିଲେ । ଗତକାଲି ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

12 + 17 =