ସୋନାଲି ହତ୍ୟାକାଣ୍ଡ ଘଟଣା, ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କଲା ପୋଲିସ

0 99

ଦଶପଲ୍ଲା : ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନାଲିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଓ ମାମୁଁ ଶ୍ୱଶୁର ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଓଡ଼ଗାଁ ଦଲକ ରୋଡ଼ସ୍ଥିତ ଦେବାଶିଷ ମିଶ୍ରଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ପଣ୍ଡା (ସୋନାଲି)କୁ ମାରି ପରିବାର ଲୋକେ ଫ୍ୟାନରେ ଟାଙ୍ଗି ଦେଇଥିଲେ ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ଏହି ଖବର ପ୍ରଘଟିତ ହେବା ପରେ ଘଟଣା ସ୍ଥଳରୁ ସ୍ୱାମୀ ଦେବାଶିଷ ମିଶ୍ର (ରାକା) ଚତୁରତାର ସହିତ ଫେରାର୍‌ ହୋଇଯାଇଛି । ସୋନାଲିର ଶ୍ୱଶୁର ଲୁଲିଆ ମିଶ୍ର, ଶାଶୁ ଝରଣା ମିଶ୍ର ଓ ଦୁଇଜଣ ଯୁବକ ଗଂଜାମ ଜିଲ୍ଲା ଭଂଜନଗର ଅଞ୍ଚଳର ଜଗନ ଗୌଡ଼ (୨୦) ଓ ଦିଲିପ କୁମାର ସାହୁ (୩୦)ଙ୍କୁ ପୁଲିସ ଗିରଫ କରିଛି । ଏହି ଦୁଇଜଣ ଦେବାଶିଷଙ୍କ ଘରେ ରହି କାମ କରୁଥିବାରୁ ସେମାନଙ୍କ ସହାୟତାରେ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି । ଆଜି ସମସ୍ତ ୪ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଚାଲାଣ କରାଯାଇଥିବା ବେଳେ ଦେବାଶିଷ ମିଶ୍ରଙ୍କ ଆଈକୁ ପୁଲିସ ନିଜ ହେପାଜତକୁ ଆଣିଥିଲେ ମଧ୍ୟ ଛାଡି ଦେଇଛି । ଏପଟେ ସୋନାଲିର ବାପା ପ୍ରକାଶ ପଣ୍ଡା ଯୌତୁକ ବାବଦକୁ ଦେଇଥିବା ସମସ୍ତ ଆସବାବପତ୍ର ଫେରାଇ ନେବାକୁ ପୁଲିସ ପାଖରେ ଆବେଦନ କରିଛନ୍ତି । ଗତକାଲି ଠାରୁ ପୁଲିସ ଘରକୁ ସିଲ କରି ନିଜ ହେପାଜତ୍‌ରେ ରଖିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବାଶିଷ ମିଶ୍ର ଏବଂ ମାମୁଁକୁ ପୁଲିସ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ଓଡ଼ଗାଁ ଥାନାଧିକାରୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 13 =