ଧାନଗଦାରେ ନିଆଁ ଲାଗି ଆଠ ଏକରର ଫସଲ ନଷ୍ଟ

0 187

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ହିରିଲ୍ୟାଗୁଡା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଧାନ ଖଳାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି ୮ ଏକର ଜମିର ଧାନ ଫସଲ । ସୂଚନା ମୁତାବକ ହିର୍ଲ୍ୟାଗୁଡା ଗ୍ରାମର ଧର୍ମା ବିଷୋୟୀଙ୍କ ଦୁଇ ଏକର ଓ ଟଙ୍କଧର ହରିଜନଙ୍କ ଛଅ ଏକର ଧାନ କାଟି ଗ୍ରାମର କିଛି ଦୂରରେ ଖଳା କରି ସେଠାରେ ରଖିଥିଲେ । ସେଠାରେ କୌଣସି କାରଣରୁ ନିଆଁ ଲାଗିଯାଇ ସମସ୍ତ ଧାନଗଦା ନଷ୍ଟ ହୋଇଯାଇଛି । ନିଆଁ ଲାଗି ଥିବା ଜାଣିବାପରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲେ । ସୂଚନା ଅନୁଯାୟୀ ଟଙ୍କଧର ହରିଜନର ପୁଅ ମଦନ ହରିଜନ ଓ ବିକ୍ରମ ସାହୁ ଙ୍କ ସହିତ ଗତ ରାତି ୮ :୦୦ ଘଣ୍ଟା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରୁ ଏହି ନିଆଁ ଲଗାଯାଇଥିବା ସନ୍ଦେହ କରି କରି ତେନ୍ତୁଳୀଖୁଣ୍ଟି ପଲିସ୍‌ ତଦନ୍ତ ଆରମ୍ଭ କରିଛି । ବିକ୍ରମ ସାହୁ ଫେରାର ଥିବା ବେଳେ ତାଙ୍କ ପରିବାର ଲୋକକୁ ଉଠାଇ ନେଇଛି ପୁଲିସ । ଏହି ଘଟଣା ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

7 + 9 =