ବାଲି ନିଲାମକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

0 63

ଗଞ୍ଜାମ:ଭିମପୂର ଗ୍ରାମରେ ସରକାରୀ ବାଲି ନିଲାମକୁ ବିରୋଧ କରି ୪ଗୋଟି ଗ୍ରାମ ଯଥା ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖୋଲି ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ତହସିଲଦାରଙ୍କ ଅଫିସ ଆଗରେ ଏକାଠି ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ଭୀମପୁର ବାଲିଘାଟ ନିଲାମ ଯୋଗୁଁ ୪୦୦ଏକର ଗୋଚର ତଥା ରୟତ ଜମି ନଦୀ ଗର୍ଭରେ ଲୀନ ହୋଇଯାଇଛି । ଜଉଗଡ଼ ଠାରୁ ପୁରୁଷୋତ୍ତମପୁର ଯାଏଁ ଯାଇଥିବା ଆରଡ଼ି ରାସ୍ତା ପାଖରୁ ପୂର୍ବରୁ ଏହି ନଦୀ ୫୦୦ମିଟର ଦୂରରେ ରହି ଥିଲା ବେଳେ ବର୍ତମାନ କୂଳ ଖାଇ, ଖାଇ ୨୦ମିଟର ଦୂରରେ ରହିଛି । ବନ୍ୟାରୁ ରକ୍ଷା ପାଇବା ପାଇଁ କୂଳଘାଇ କରାଯାଇଥିଲେ ସୁଦ୍ଧା ଉପର ମୁଣ୍ଡରେ ଘାଇ ଭାଙ୍ଗି ଯାଇଥିବା ଯୋଗୁଁ କୂଳଘାଇର ଏକଫୁଟ ତଳେ ପାଣି ଯାଉଛି । ବାଲିଘାଟ ନିକଟରେ ଗାଁ ରହିଥିବାରୁ ବର୍ଷା ଦିନେ ବାଲି ଭାସି ଯାଇ ଗାଧୁଆ ତୋଠୁରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ନିଲାମ ଘାଟ ପାଖରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ମନ୍ଦିର ରହିଥିବାରୁ ଏହି ବାଲି ନିଲାମ ଯୋଗୁଁ ସେଗୁଡିକ ଆଗାମୀ ଦିନରେ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖା ଦେଇଛି । ତେଣୁ ବାଲି ନିଲାମ ବନ୍ଦ ନହେଲେ ଆଗାମୀ ଦିନରେ ସବୁ ଗ୍ରାମବାସୀ ଅନଶନରେ ବସିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 13 =