ହଳଦିଆ ପାହାଡରେ କ୍ରସର ବସାଇବାକୁ ବିରୋଧ କଲେ ଆଦିବାସୀ

0 282

ଦଶପଲ୍ଲା : ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ରେଳ ପଥ ନିର୍ମାଣ ନିମନ୍ତେ ବହୁତ ପଥର ମେଣ୍ଟାଲର ଆବଶ୍ୟକ ପଡ଼ିଥାଏ ଏଣୁ ରେଳ ପଥ ନିର୍ମାଣ ପାଇଁ ନିଯୁକ୍ତି ପାଇଥିବା କନଷ୍ଟ୍ରକ୍‌ନ କମ୍ପାନୀ ବିଭିନ୍ନ ଜାଗାରେ କ୍ରସର ବସାଇଛି । ସେହିଭଳି ଦଶପଲା ବ୍ଳକ ବାଣିଗୋଛା ଓ କୁଲୁରୁକୁମ୍ପା ପଂଚାୟତ ଅଂଚଳରେ ରେଳପଥ ଅତିକ୍ରମ କରୁଥିବାରୁ ସେହି ଅଂଚଳରେ ହଳଦିଆ ପାହାଡରେ ଏକ କ୍ରସର ବସାଇବାକୁ କନଷ୍ଟ୍ରକ୍ସନ କମ୍ପାନୀ ସ୍ଥିର କରିଛି । ମାତ୍ର ପାହାଡ ପର୍ବତ ଘେରା ଏହି ଅଂଚଳରେ ବହୁ ଆଦିବାସୀ ସଂପ୍ରଦାୟର ଲୋକମାନେ ଶାନ୍ତିରେ ବସବାସ କରୁଥିବାରୁ ଆଦିବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ହଳଦିଆ ପାହାଡ ଅଂଚଳରେ ବାଣିଗୋଛା ଓ କୁରୁକୁମା ପଂଚାୟତର ୭ଗୋଟି ଗ୍ରାମ ଯଥା ତଳବିଡା ଉପରଡିକରୀ, ତଳକିରୀ, ଜାନୀପଦର, ଗୁଣ୍ଡୁରୀବାଡି, କଜୁକୁପା ଓ ଗେଣ୍ଡୁଳିସାହିର ମୋଟ ୧୫୦୦ରୁ ଉର୍ଦ୍ଧ୍ୱ ଆଦାବାସୀ ଲୋକ ବସବାସ କରନ୍ତି । କ୍ରସର ଯୋଗୁଁ ଅଂଚଳରେ ପରିବେଶ ପ୍ରଦୂଷଣ ସହିତ ଅଂଚଳର ଚାଷାଦି କାର୍ଯ୍ୟରେ ଏହାର ଘୋର ପ୍ରଭାବ ପଡିବା ଆଶଙ୍କାକୁ ନେଇ ଆଦିବାଦୀଙ୍କ ମଧ୍ୟରେ ଭୟ ଦେଖାଦେଇଥିବା ବେଳେ ଏବାବଦରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଦଶପଲା ତହସିଲଦାରଙ୍କ ନିକଟରେ ହାଜର ହୋଇ କ୍ରସରଟିକୁ ଅନ୍ୟତ୍ର ବସାଇବାକୁ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =