ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

0 47

ପାରଲାଖେମୁଣ୍ଡି :ଗଜପତି ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ ଅନ୍ତ ରାଜ୍ୟ ଶ୍ରମିକ ଆଇନ ଅନୁସାରେ ଥିବା ସୁବିଧା ସୁଯୋଗ ସହ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ବିଷୟରେ ପ୍ରଚାର ଓ ପ୍ରସାର କରାଯିବ । ପ୍ରବାସୀ ଶ୍ରମିକମାନେ ଶୋଷଣର ଶିକାର ହେଲେ ଜିଲ୍ଲାର କାହା ସହିତ ଯୋଗାଯୋଗ କରିବେ ଏବଂ ଠିକାଦାର ସେମାନଙ୍କୁ କ’ଣ କ’ଣ ସୁବିଧା ଦେବେ ତାହା ପ୍ରବାସୀ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇବା ଏହି ରଥର ମୁଖ୍ୟ ଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଗ୍ରାମୀଣ ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × one =