ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

0 66

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଏଙ୍ଗାରସିଙ୍ଗ ଗ୍ରାମ ପଞ୍ଚାୟତଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଆରକ୍ଷୀ ଅଧିକ୍ଷକ ଜୟ ରାମ ଶତପଥୀ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରି, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅଭିଯୋଗ ଶୁଣାଣି ରେ ୬୦ ଗୋଟି ଅଭିଯୋଗ ଆସିଥିବା ବେଳେ ୨୦ ଗୋଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଛି । ଅନ୍ୟ ୪୦ ଗୋଟି ଅଭିଯୋଗ ତୁରନ୍ତ ପଦକ୍ଷେପ ସମାଧାନ କରିବା ସକାଶେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହ ମତ୍ସ୍ୟଜୀବୀ ପରିବାରର ପିଲାମାନଙ୍କୁ କଲରସିପ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଳକ ସ୍ତରୀୟ ଅଧିକାରୀ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟ ଜନସାଧାରଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + seven =