ଜୟନ୍ତୀଗଡ଼ଠାରେ ଧୂମଧାମରେ ପାଳିତ ହେଲା ଇଦ୍‌ ଉଲ୍‌ ଫିତର

0 112

କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଜୟନ୍ତୀଗଡଠାରେ ଆଜି ସକାଳ ୬.୩୦ମି ସମୟରେ ମୁସଲମାନ ବସ୍ତିର ମସଜିଦରେ ଏକ କାଳୀନ ୬୦୦୦ ହଜାର ମୁସଲମାନ ପୁରୁଷ ଓ ସ୍ତ୍ରୀଲୋକ ନମାଜ ପାଠ କରିଥିଲେ । ଏହି ପ୍ରାର୍ଥନା ସଭାର ସୁଚାରୁପରେ ପରିଚାଳନା ପାଇଁ ମହିଳା ନମାଜି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନମାଜ ପାଠ ପରେ ପରେ ସମସ୍ତ ମୁସଲମାନ ବ୍ୟକ୍ତି ଜଣେ ଅନ୍ୟଜଣକୁ ଇଦ ମୁବାରକ କରିଥିଲେ । ଏହାପରେ ଜୟନ୍ତୀଗଡ ଭଙ୍ଗାପୋଲ ତଳେ ଏକ ବନ୍ଧୁମିଳନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିଲେ ସେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ କିଛି ସଂଗଠନ ତଥା ପ୍ରଶାସନିକ ଅଧିକାରୀ ଯଥା-ଜଗନ୍ନାଥପୁର ଥାନା ଅଧିକାରୀ, ଜଗନ୍ନାଥପୁର ସିଓ, ଡିଏସପି ଝିକପାଣି, ବିଡ଼ିଓ ଜଗନ୍ନାଥପୁର ଉପସ୍ଥିତ ଥିଲେ । ଏଥି ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ଉକ୍ତ ଅଞ୍ଚଳର ହିନ୍ଦୁ ସମାଜର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୂପରେ ପରିଚାଳନା ପାଇଁ ମୁସଲମାନମାନଙ୍କ ଏକ ପ୍ରତିନିଧି ଦଳ ଯେଉଁଥରେ ଅହମର ଜମାଲ, ଫଜକିର ଦାନିସ ରାଜାହସନ,ଜାରଜିଆସ, ମୁସ୍ତାକିମ, ଫୈଜଲ ଏବଂ ମୁସାନ ସହଯୋଗ କରିଥିଲେ । ଏହିଭଳି ପ୍ରତ୍ୟେକ ବର୍ଷ ଆଜିକୁ ୮/୯ବର୍ଷ ହେଲାଣି ବନ୍ଧୁମିଳନ କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ଆମ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଙ୍ଗଠନର ସଦସ୍ୟ ମାନେ ସେ ଅଞ୍ଚଳର ସୁଖ ସମୃଦ୍ଧି,ଭାଇଚାରା ସବୁଦିନ ସେ ଅଞ୍ଚଳରେ ଅକ୍ଷୁର୍ଣ୍ଣ ରହୁ ବୋଲି ଆଲ୍ଲାଙ୍କ ପାଖରେ ପ୍ରାର୍ଥନା ଦ୍ୱାରା ଜଣାଇଥିବାର ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =