ଭିନ୍ନ ଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ, ୨ ଗିରଫ

0 37

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ବଡବଜ଼ାର ପାଖରୁ ଏକ ବ୍ୟକ୍ତି ଯାହାଙ୍କ ନାମ ମିଲନ ନାଏକ(୩୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୫୮ ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ କରିଛନ୍ତି । ନିମାପଡା ଅବକାରୀ ଥାନା କେସ ନଂ -୧୦୨/୨୨-୨୩ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫,୮୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏସ୍‌ଆଇ ନାରାୟଣ ବେହେରା ଏବଂ ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ଶେଖ ୱାରିସ, ଜିତେନ୍ଦ୍ର ବେହେରା,ଜଗନ୍ନାଥ ଦାଶ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
ସେହିପରି ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ରୂପଦେଇପୁର ପେଟ୍ରୋ ଜିଭି ଟିଭିଏଲ ପମ୍ପ ନିକଟରେ ଚଢ଼ାଉକରି ରାହୁଲ ମହାରଣା (୨୭)ଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୪୫ ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କରାଯାଇଛି । ପିପିଲି ଅବକାରୀ ଥାନା କେସ ନଂ -୯୯/୨୨-୨୩ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪,୫୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା, କର୍ମଚାରୀ-ପ୍ରବୀଣ ବିରାଜ କିରୋ, ଆଶିଷ କୁମାର ପ୍ରଧାନ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ, ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

three × 2 =