ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

0 63

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକ ଯୋଗେ ୨୪ ଖଣ୍ଡ ରଥକାଠ ଆଜି ଆସି ପୁରୀରେ ପହଞ୍ଚିଛି । ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି । ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି । ଏଥିସହ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧୦୪ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚି ସାରିଛି । ସେପଟେ କଟକ ଖପୁରୀଆ ସ୍ଥିତ କରତକଳରେ ୮୧ ଖଣ୍ଡ ରଥକାଠ ପହଞ୍ଚିଥିବା ବେଳେ ବିଧି ଓ ପରମ୍ପରା ଅନୁଯାୟୀ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟ ଅନୁକୂଳ ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସମୁଦାୟ ୩୨୭ ଖଣ୍ଡ କାଠ ମହଜୁଦ ଥିବାବେଳେ ପର୍ଯ୍ୟାୟ କ୍ରମେ ୫୩୮ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ।

hiranchal ad1
Leave A Reply

Your email address will not be published.

15 − 7 =