ହାତୀ ଆକ୍ରମଣରେ ନାବାଳକ ଗୁରୁତର

0 325

ଚମ୍ପୁଆ, ୦୩ ।୧୧: ଚମ୍ପୁଆ ରେଂଜ ଅନ୍ତର୍ଗତ କଂଚନପୁର ହୁଡି ସାହିରେ ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ପିଲା ଗୁରୁତର ହୋଇ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବନରଖି ଶ୍ରାବଣୀ ମହାନ୍ତଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ୪.୩୦ ସମୟରେ କଂଚନପୁର ହୁଡିଉପରେ ଥିବା ଗୋଟିଏ ହାତୀ ଅଚାନକ ତଳକୁ ଓହ୍ଲାଇବା ସହିତ ଲୋକଙ୍କ ଆଡକୁ ମାଡିଯାଇଥିଲା । ଉକ୍ତ ସମୟରେ ନିଜ ଧାନ ଖଳାରେ କାମ କରୁଥିବା ଖଗେଶ୍ୱର ମୁଣ୍ଡା (୧୪) ହାତୀ ଆସୁଥିବା ଦେଖି ନିକଟସ୍ଥ ଘର ଭିତରକୁ ପଶି ଯିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ଆକ୍ରମଣର ସମ୍ମୁଖିନ ହୋଇଥିଲେ । ସୌଭାଗ୍ୟ ବସତ ଖଗେଶ୍ୱର ହାତୀ ଆକ୍ରମଣରୁ ବଂଚି ଯାଇଥିଲେ ମଧ୍ୟ ତାଙ୍କ ବାମ କାନରେ ଆଘାତ ଲାଗିଥିଲା । ସେଠାରେ ଉପସ୍ଥିତ ବନ ରଖି ଶ୍ରାବଣୀ ମହାନ୍ତ ୧୦୮ ଗାଡି ଯୋଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =