ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ପାଇଁ ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

0 44

ଆଠଗଡ: ଆଠଗଡ ବ୍ଲକ କୃଷି କାଯ୍ୟାଳୟ ତରଫରୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ ଆଠଗଡରେ ବ୍ୟାପକ ଚାଷ ପାଇଁ ମାନ୍ୟବର କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଧୂରୁଷିଆ ଇଚ୍ଛାପୁର, ବେଣ୍ଟାପଦା, ଖୁଣ୍ଟୁକଟା ପଂଚାୟତରେ ୧୪୦ ଜଣଙ୍କୁ ଚିନାବାଦାମ-କାଦ୍ରି୧୮୧୨ କିସମ ୧୨୫ ଏକର ପାଇଁ। କୁଷପଙ୍ଗି, ଗୁରୁଡିଝାଟିଆ, ସମସରପୁର, ବଡଭୂଇଁ, ଜେନାପଦା ରାଧାକିଶୋରପୁର ୮୫ ଜଣ ଚାଷୀଙ୍କୁ ପ୍ରାୟ ୧୨୫ଏକର ଜମି ପାଇଁ କେ ବି ଏସ ଏସ ୫୩ କିସମ ସୋରିଷ ବିହନ, ତରଡିଙ୍ଗ, ଯୋରନ୍ଦା, ଦୋରଡ଼ ପଞ୍ଚାଯତର ଚାଷୀଙ୍କୁ ପ୍ରାୟ ୫୦ ଏକର ଜମି ପାଇଁ ସୂଯ୍ୟମୁଖି ବିହନ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ କୃଷି ଅଧିକାରୀ କାର୍ଯ୍ୟ।ଳୟ ପରିସର ମଧ୍ୟରେ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧକ୍ଷ ରବୀନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା।
ଏହି ବଣ୍ଟନ ଉତ୍ସବରେ ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ , ପୂର୍ବତ୍ତନ ଜ଼ିଲ୍ଲା ପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ସମବାୟବିତ ଲଳିତେନ୍ଦୁ ସେନାପତି, ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥା ନିର୍ଦ୍ଦେଶକ ନିରାକାର ଲେଙ୍କା ଯୋଗ ଦେଇ ରାଜ୍ୟ ସରକାର କୃଷକମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାଯ୍ୟକାରୀ କରୁଛନ୍ତି। କୃଷି ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିଛନ୍ତି, ଆଜି ଓଡିଶାର କୃଷି ବଜେଟ ୨୪ଶହକୋଟି ଟଙ୍କା ରୁ ଉର୍ଦ୍ଧ୍ଵ ହୋଇଛି । ମାନ୍ୟବର କୃଷିମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡିଶାର ଅଗଣିତ ଚାଷୀ ରିହାତି ଦରରେ ବିହନ, ରାସାୟନିକ ସାର ଓ କୃଷି ଯନ୍ତ୍ରପାତି ପାଇପାରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପାଇଁ ଆଜି ଓଡିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇପାରିଛି। ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ ଏହି ଉତ୍ସବରେ ଯୋଗଦେଇ ଉନ୍ନତ ବିହନ ବୈଷୟିକ ଜ୍ଞାନ ଦ୍ଵାରା ଅଧିକ ଅମଳ କରି ଚାଷୀ ଭାଇମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ।
ସେହିପରି ଆଠଗଡ ଉଦ୍ୟାନ ବିଭାଗ ତରଫରୁ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୧୮୪ଜଣ ଚାଷୀମାନଙ୍କୁ ୩ ଶହ କ୍ଵିଣ୍ଟାଲ ଆଳୁ ବିହନ ଆଠଗଡ ମିନି ଷ୍ଟାଡିୟମ ଠାରେ ବଣ୍ଟନ କରାଯାଇଥିଲା। ଆଳୁ ବିହନ ପାଇଁ ଯେତିକି ଚାଷୀ ନାମ ପଞ୍ଜିକରଣ କରିଥିଲେ ସମସ୍ତ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି ବୋଲି ସହକାରୀ ଉଦ୍ୟାନ ଅଧିକାରୀ ଧନଞ୍ଜୟ ରାଉତ କହିଥିଲେ।

hiranchal ad1
Leave A Reply

Your email address will not be published.

5 × 4 =