ଜାନୁୟାରୀ ୧ରୁ ପଏଁରୀ ତିହାର

0 49

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆଜି ନିଜସ୍ୱ କାର୍ଯ୍ୟାଳୟଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ହୋଇଥିବା ଏହି ସମ୍ମିଳନୀରେ ପ୍ରଥମେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଆଗାମୀ ପଏଁରୀ ତିହାର ୨୦୨୪ ର ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା କରିଥିଲେ । ପରେ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ଚଳିତ ବର୍ଷର ପଏଁରୀ ତିହାର କିପରି ଆୟୋଜନ କରାଯିବ ସେ ଦିଗରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଚଳିତ ବର୍ଷ ମଧ୍ୟ ଏକ ଶୋଭାଯାତ୍ରା ଇଷ୍ଟ ଦେବି ସୁରେଶ୍ୱରୀ ମନ୍ଦିରରୁ ବାହାରି ନୂତନ ଟାଉନହଲ ପହଂଚିବା ସହ ଉଦଘାଟନ ଉତ୍ସବ ହେବାସହ ଚଳିତ ବର୍ଷ ମଧ୍ୟ ୨୦ଟି ଦଳ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେବା, ୫୦୦ରୁ ଉଦ୍ଧ୍ୱର୍ କଳାକାର ଯୋଗ ଦେବେ ଓ଼ ପ୍ରତି ସନ୍ଧ୍ୟାରେ ଲୋକ ଗୀତ ଓ଼ ଲୋକ ନାଚ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ପରେ ଅନୁଷ୍ଠାନର ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − 10 =