କୁସଙ୍ଗ ଯୋଗାଣ ସହାୟକଙ୍କ ପରଲୋକ

0 281

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ କୁସଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କ ବଡ ଭାଇ ଯୋଗାଣ ସହାୟକ ଥିବା ଜ୍ଞାନରଞ୍ଜନ ସଂଗ୍ରାମ ସିଂ(ଟିକି)ଙ୍କ ଗତକାଲି ବୁଧବାର ରାତ୍ର ୧୧ ଘଣ୍ଟିକା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛନ୍ତି । ସେ ଦୀର୍ଘ ଦିନ ହେବ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ । ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ମୃତ୍ୟୁ ବେଳକୁ ସ୍ତ୍ରୀ ପୁଅ ଓ ଝିଅ ଏବଂ ସାନ ଭାଇ ଉପସ୍ଥିତ ଥିଲେ । ନିଜ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସାନ ଭାଇ ଜିତେନ୍ଦ୍ର କୁମାର ବେହେରା ମୁଖାଗ୍ନି ଦେଇଥିଲେ । ଏହି ଦୁଃଖଦ ଖବର ପ୍ରକାଶିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ହରଭଙ୍ଗା ବ୍ଲକ୍‌ ଯୋଗାଣ ସହାୟକ ସଂଘ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − eleven =