କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍‌ଯାପିତ

0 31

ଭବାନୀପଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରି-ଦିବସୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ତ୍ରି-ଦିବସୀୟ ଶିବିରର ଶେଷ ଦିବସରେ ପ୍ରଥମେ ପ୍ରାତଃ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଆରମ୍ଭ ହେବାପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ଶେଷ ଦିବସର ପ୍ରଥମ ଶୈକ୍ଷିକ ପ୍ରଶିକ୍ଷଣରେ କଳାହାଣ୍ଡିର ବିଶିଷ୍ଟ ସାମ୍ବାଦିକ, ସ୍ତମ୍ବକାର, ଉମାଶଙ୍କର କର ସ୍ୱେଚ୍ଛାସେବୀ ମାନଙ୍କୁ ଅନୁମୋଦିତ ବିକାଶ ସଂପର୍କରେ ଆଲୋଚନା କରିଥିଲେ । ଏହାର ଦ୍ୱିତୀୟ ଅଧିବେଶନ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସ୍ୱେଚ୍ଛାସେବୀ ମାନଙ୍କୁ “ଜୀବନରେ ଯୋଗର ଆବଶ୍ୟକତା” ଉପରେ ଆଲୋକପାତ କରିଥିଲେ । ଶ୍ରୀ ଅଜିତ ଉତ୍ତରାୟ ଜିଲ୍ଲା ନିୟୋଜନ ଅଧିକାରୀ କଳାହାଣ୍ଡି ବୃତ୍ତି ପରାମର୍ଶ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଜିଲ୍ଲା ପୋଲିସ ବିଭାଗର ସୁଶ୍ରୀ ଭବାନୀ ପ୍ରଧାନ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଅପବ୍ୟବହାର ଉପରେ ମତ ପୋଷଣ କରିଥିଲେ । ଏହି ଶୈକ୍ଷିକ କାର୍ଯ୍ୟକ୍ରମ ପରେ ଏହାର ଉଦ୍‌ଯାପନୀ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ସଂଜୟ କୁମାର ଶତପଥି ସ୍ୱେଚ୍ଛାସେବୀ ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥି ରୂପେ ସି.ପି.ଜି.ସି ମେଜର ଜୟଦେବ ସାହୁ , ଏନ୍‌ ଏସ୍‌ ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଂଜନ ଖୁଣ୍ଟିଆ , ପ୍ରତାପ ଚନ୍ଦ୍ର ଦାଶ, ସନ୍ତୋଷ ମୁଣ୍ଡ, ରୋଜମେରୀ ଏକ୍କା, ଡ. ପ୍ରିୟ ରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଶ୍ରୀ ଜୟନ୍ତ ଦଣ୍ଡସନା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen + 5 =