କାଳୀ ମନ୍ଦିର ହୁଣ୍ଡିରୁ ଚୋରି କରିଥିଲେ ୩ ଦୁର୍ବୃତ୍ତ, ଜବତ ହେଲା ୨୭୦୦ ଟଙ୍କା

0 210

ରାୟଗଡା: ରାୟଗଡା ସହରର ବ୍ଳକ କଲୋନୀ ଛକରେ ଥିବା କାଳୀ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ୩ଜଣ ଚୋରକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡା ଥାନା ପୋଲିସ । ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ୩ ଦୁର୍ବୃତ୍ତମାନଙ୍କ ଠାରୁ ମାତ୍ର ୨୭ଶହ ଟଙ୍କା ଜବତ କରି ପାରିଛି ପୋଲିସ । ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ହୋଇଥିବା ଦୁଇଟି ଛୁରୀ ସହ ଦୁଇଟି ଲୁହା ଛଡ ଜବତ କରାଯାଇଛି । ଗିରଫ ଚୋରମାନେ ହେଲେ । ଆଜି ସଂଧ୍ୟାରେ ଚୋରି ଘଟଣାକୁ ନେଇ ରାୟଗଡା ଥାନା ପୋଲିସ ପରିସରରେ ଏସଡିପିଓ ଦିବ୍ୟଜ୍ୟୋତି ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚଳିତ ମାସର ୧୯ତାରିଖ ବିଳମ୍ବିତ ରାତ୍ରରେ ମନ୍ଦିର ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ଭିତରକୁ ପଶି ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ସହ ସୁନା,ରୂପା ଗହଣା ଚୋରି କରି ନେଇଥିଲେ ୩ ଦୁର୍ବୃତ୍ତ । ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ସଂପାଦକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଳା ଏସପିଙ୍କ ବାସଭବନ ନିକଟରେ ରହିଥିବା କାଳୀ ମନ୍ଦିରରୁ ଚୋରମାନେ ଚୋରି କରିଥିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପୋଲିସର ପାରିବା ପଣିଆ ଉପରେ ଖବର ପ୍ରକାଶିତ ହେବା ସହ ସହରରେ ପୋଲିସର ସୁରକ୍ଷା ଓ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଚର୍ଚ୍ଚା ଜୋର ଧରିଥିଲା ।

hiring

ଯାହାକୁ ଏକ ଚ୍ୟାଲେଂଜ ଭାବେ ଗ୍ରହଣ କରି ଜିଲ୍ଳା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍‌ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା । ସିସିଟିଭି ଫୁଟେଜ ସହ ଅନ୍ୟ ତଥ୍ୟକୁ ଆଧାର କରି ଚୋରିରେ ସଂପୃକ୍ତି ଥିବା ଜେକେପୁର ଅଂଚଳର ବିଟିକା ଶ୍ରୀନୁ,ଗଂଜାମ ଜିଲ୍ଳାର ଆନନ୍ଦ କୁମାର ମୁଦୁଲି ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଳାର ପେଂଟା କ୍ରିଷ୍ଣା ନାମକ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସହରରେ ବୃଦ୍ଧି ପାଉଥିବା ଚୋରି, ରାହାଜାନି ,ଡକାୟତି ଭଳି ଘଟଣାରେ ସହରବାସୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସିସିଟିଭି ଲଗାଯାଇଛି । ତଥାପି ଚୋରି ଭଳି ଅପରାଧିକ ମାମଲା ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହେଉଥିବା ବେଳେ ସହରବାସୀ ମଧ୍ୟ ନିଜ ନିଜ ଘରେ ସିସିଟିଭି ଲଗେଇବା ସହ ଘରେ ତାଲା ଦେଇ ବାହାରକୁ ଗଲେ ପୋଲିସକୁ ଅବଗତ କରି ଯିବା ପାଇଁ ଏସଡିପିଓ ଶ୍ରୀ ଦାସ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କମଳକାନ୍ତ ବସନ୍ତ କହଁର,ସେକେଣ୍ଡ ଆଇଆଇସି ଆମେଲା ସରଦାରଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seven + thirteen =