ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟ ନବ ନିଯୁକ୍ତ ବିଜେପି ସଭାପତି

0 45

ପୁରୀ : ନବ ନିଯୁକ୍ତି ହୋଇଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ହେବା ପରେ ପ୍ରଥମ କରି ପୁରୀ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ । ଓଡ଼ିଶାରେ ଲୋକାଭିମୁଖୀ ସରକାର ହେଉ ଏଥିନିମନ୍ତେ ସଂକଳ୍ପ ବଦ୍ଧ ହୋଇ ବିଜେପି କାର୍ଯ୍ୟ କରିବ । ୨୦୨୪ରେ ଲୋକମାନେ ବିକଳ୍ପ ଭାବେ ବିଜେପି ସରକାର ଗଢିବେ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଭୋଟ୍‌ ଦେବେ ଲୋକେ । ସଂଗଠନକୁ ମଜଭୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଆଶାନୁରୂପ ଫଳ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight + seven =