ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଚେତନତା କର୍ମଶାଳାର ପୁରସ୍କାର ବିତରଣ ଉତ୍ସବ

0 37

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିସର ମଧ୍ୟରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁପୁତ୍ର ତଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ତରଫରୁ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ ପ୍ରମୋଦ କୁମାର ପଣ୍ଡା, ସମ୍ମାନିତ ଅତିଥି ପାରଳା ଆଦର୍ଶ ଥାନା ଏସଆଇ ପଞ୍ଚାନନ ବେହେରା, ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସଡକ ଦୁର୍ଘଟଣାର କାରଣ ଓ ନିରାକରଣ ସହ ସଡ଼କରେ ଯିବା ସମୟରେ ପାଳନ କରାଯାଉ ଥିବା କେତେକ ନିୟମ ବିଷୟରେ ଛାତ୍ର ଛାତ୍ରୀମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶେଷରେ ଦୁପୁତ୍ର ସଂଗଠନ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂଗଠନ ଜିଲ୍ଲା ସଂଯୋଜକ ବିଷ୍ଣୁପଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁପୁତ୍ର ଅନୁଷ୍ଠାନର ସଭ୍ୟ ସୀତା କାନ୍ତ ଦାଶ, ଅଜୟ ବିଶ୍ୱାଳ,ଅଭୟ କୁମାର ମାଳି ତତ୍‌ ସହିତ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =