ଗ୍ୟାସ ସିଲିଣ୍ଡର ଲିକ, ଦୁଇ ଗୁରୁତର

0 37

ପୁରୀ : ଅସାବଧାନତା ଯୋଗୁ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଚାରିବାଟିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ଚାରିବାଟିଆ ଗ୍ରାମର ସଞ୍ଜୟ ବେହେରା ଓ ଭାସ୍କର ବେହେରା । ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ସଞ୍ଜୟ ଓ ଭାସ୍କର ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇଯାଇଥିଲା । ପାଖରେ ଏକ ଚୁଲି ଜଳୁ ଥିବାରୁ ଗ୍ୟାସ୍‌ ଚୁଲିର ଅଗ୍ନି ସଂସ୍ପର୍ଶରେ ଆସି ନିଆଁ ଲାଗି ଯାଇ ଥିଲା । ଫଳରେ ଘଟଣସ୍ଥଳରେ ଦୁଇ ଜଣ ଆହତ ଥିଲେ । ସୌଭାଗ୍ୟ ବସତଃ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ନ ଥିବା ହେତୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି ।

hiranchal ad1
Leave A Reply

Your email address will not be published.

sixteen + 16 =