ଶ୍ରମ ଆଇନ୍‌ ସଚେତନତା ସମ୍ପର୍କିତ ଶ୍ରମିକ ସମ୍ମିଳନୀ

0 164

ଦଶପଲ୍ଲା : କଳିଙ୍ଗ ଲୋଡିଂ ଆଣ୍ଡ ଅନ୍‌ ଲୋଡିଂ ୱାର୍କର୍ସ ୟୁନିୟନ ଓ ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ସହଯୋଗରେ ଆଜି ଦଶପଲ୍ଲା ଆର୍‌ସିଏମ୍‌ଏସ୍‌ ପରିସରରେ ଏକ ଶ୍ରମ ଓ ଶ୍ରମିକ ଆଇନ୍‌ ସଚେତନତା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଦଶପଲ୍ଲାର ଆରାଧ୍ୟ ଦେବତା ମହାବୀର ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଶ୍ରମିକ, ଐତିହାସିକ ମେଳିଆ ତୋଟା ପର୍ଯ୍ୟନ୍ତ ଆସିବାପରେ ଦଶପଲ୍ଲା ଦୁର୍ଗାବଜାର ସ୍ଥିତ ଆର୍‌ସିଏମ୍‌ଏସ୍‌ ପରିସରରେ ଏକ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ତହସିଲଦାର କୁମାର ରଥ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ, ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବଣିକ ମହାସଂଘର ସଭାପତି ଅଲେଖ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଓମଫେଡ଼୍‌ର ପୂର୍ବତନ ଜେନେରାଲ୍‌ ମ୍ୟାନେଜର ସୁରେଶ୍ୱର ବେହେରା ଯୋଗଦେଇ ଶ୍ରମିକମାନଙ୍କୁ ଶ୍ରମ ଓ ଶ୍ରମିକ ଆଇନ୍‌ ବିଷୟରେ ପଙ୍ଖୁନାପୁଙ୍ଖ ଆଲୋଚନା କରିଥିଲେ । ଶ୍ରମିକମାନଙ୍କୁ ସେମାନଙ୍କର ହକ୍‌, ସରକାରୀ ଯୋଜନା ଓ ଶ୍ରମ ଆଇନ୍‌ ବିଷୟରେ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଦାସଙ୍କୁ ଉତ୍ସାହୀ ଶ୍ରମିକ ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଠ ଆଡଭୋକେଟ, ସାମ୍ବାଦିକ ତଥା ବିଶିଷ୍ଠ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =