ବ୍ରାହ୍ମଣ ମହାସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

0 153

ଦଶପଲ୍ଲା : ଓଡିଶା ବ୍ରାହ୍ମଣ ମହାସଂଘର ବାର୍ଷିକ ଉତ୍ସବ ଦଶପଲ୍ଲାର ମହାବୀର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ବ୍ରାହ୍ମଣ ମହାସଂଘର ସଭାପତି ଚିତ୍ତରଞ୍ଜନ ମିଶ୍ର ପୌରୋହିତ୍ୟ କରିଥିଲେ । ବ୍ରାହ୍ମଣମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଏହାର ସମାଧାନ କିପରି ହେବ ମତାମତ ନିଆଯାଇଥିଲା । ତେବେ ଏହାକୁ ନେଇ ଆଗାମୀ ପନ୍ଥା ଅବଲମ୍ବନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନେକ ବ୍ରାହ୍ମଣ ଆସି ମହାସଂଘ ସହିତ ଜଡିତ କରିବାକୁ କୁହାଯାଇଥିଲା । ଫଳରେ ସଂଘ ଏକ ସୁଦୃଢ଼ ସ୍ଥିତିକୁ ଆସିବ ବୋଲି ମତ ମିଳିଥିଲା । ଆଗାମୀ ଦିନରେ ମହାସଂଘକୁ ସୁଦୃଢ଼ କରିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

1 + 13 =