ଗୋଡାଳ ନନୀ ମା’ଙ୍କ ଚୈତ୍ର ପର୍ବ, ରକ୍ତ ରଞ୍ଜିତ ହେଲା ଦେବୀ ପୀଠ

0 118

ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିର ମିଳନର ପର୍ବ ଚୈତ୍ର ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଜନସାଧାରଣ ତଥା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗୋଡାଳରେ କେଉଁ କାଳରୁ ଏହି ପର୍ବ ପାଳିତ ହେଉଛି । ଆଖପାଖ ଅଞ୍ଚଳ ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ମାଙ୍କ ପାଖରେ ଅଧିଆ ପଡ଼ି ଆଶିର୍ବାଦ ଭିକ୍ଷା କରିଥିଲେ । ପରମ୍ପରା ଅନୁସାରେ ମାନସିକ ରଖିଥିବା ଭକ୍ତ ମାନେ ଦେବୀ ପୀଠ ରେ କୁକୁଡ଼ା, ପାରା, ବୋଦା ବଳି ଦେଇଥାନ୍ତି । ଏପରିକି ଭକ୍ତ ମାନେ ନଡ଼ିଆ ଭାଙ୍ଗି ମଙ୍ଗଳ ମନାସି ଥାଆନ୍ତି । ଏହି ପର୍ବ ପୂର୍ବ ଦିନ ରୋଗୀ ବୋହଲା କାର୍ଯ୍ୟ କରିଥାନ୍ତି । ଏହାର ଅର୍ଥ ହେଉଛି ଗାଁ ରେ ରୋଗ, ହଇଜା ସମେତ ଅନେକ ରୋଗ ଗାଁ ଠାରୁ ଦୂରେଇ ଦେଇ ଗ୍ରାମର ଜନସାଧାରଣଙ୍କୁ ରୋଗମୁକ୍ତ ରଖିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଗ୍ରାମରେ ପ୍ରତିବର୍ଷ ଚୈତ୍ର ବୁଧବାର ଦିନ ମା ନନୀଙ୍କ ପୂଜା ହୋଇଥାଏ । ଗ୍ରାମର ଝାଙ୍କର ଗୋଡାଳ ବସ୍ତିରେ ଥିବା ମନ୍ଦିରରୁ ରୀତି ଅନୁସାରେ ପୂଜା କାର୍ଯ୍ୟ ପରେ ବାହାରିଥିଲେ । ପରେ ଗ୍ରାମରେ ମାଙ୍କ ଶକ୍ତୀ କଳସି ଓ ପାଲିଙ୍କି ଘର ଘର ବୁଲି ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ଜନସାଧାରଣ ତଥା ଆବାଲ ବୃଦ୍ଧ ବନିତା ସାମିଲ ରହି ମାଙ୍କ ଅଶେଷ କୃପା ଲାଭ କରିଥିଲେ । ଅପୁତ୍ରିକ ନାରୀ ପୁତ୍ର ପ୍ରାପ୍ତି ପାଇଁ ଅଧିଆ ପଡ଼ି ମାଙ୍କ ଆଶିଷ ଭିକ୍ଷା କରିଥିଲେ । ଗ୍ରାମରେ ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଘରରେ ଝୋଟି ଆଙ୍କି ମାଙ୍କୁ ଧୂପ, ଦୀପ, ଝୁଣା ଆଳତିରେ ଗାଁ ମହକି ଉଠିଥିଲା । କିମ୍ବଦନ୍ତୀରୁ ଜଣାଯାଏ କେଉଁ କାଳରୁ ଆଦିମ ଆଦିବାସୀମାନେ ପରମ୍ପରା ଭାବରେ ଗାଁ ଗଣ୍ଡା ଗୁଡିକରେ ନିଜର ଗଡ ରକ୍ଷା ପାଇଁ ଦେବୀ ମାଙ୍କୁ ସ୍ଥାପନ କରି ପୂଜା କରୁଥିଲେ । ସେତେବେଳେ ସିନାପାଲି ବ୍ଲକର ସିଙ୍ଗଝର ଗୌନ୍ତିଆ ( ତତ୍କାଳୀନ ଗୌନ୍ତିଆ ଶାସନ ସମୟରେ) ବୁଢ଼ୀ ମା ଓ ତାଙ୍କ ଝିଅ ନନୀ ମାଙ୍କୁ ପୂଜା କରୁଥିଲେ । ସିଙ୍ଗଝରଠାରେ ଥିବା ଦେବୀ ପିଠକୁ ଗୌନ୍ତିଆଙ୍କ ଝିଅ ପର୍ବ ପାଳନ ସମୟରେ ଦେବୀଙ୍କ ସେବା କାର୍ଯ୍ୟ କରୁଥିଲେ । ଗୋଡାଳ ଗ୍ରାମର ତତ୍କାଳୀନ ଗୌନ୍ତିଆଙ୍କ ପୁଅ ସହିତ ଝିଅର ବାହାଘର ହୋଇଥିଲା । ଦେବୀ କିନ୍ତୁ ସେହି ଝିଅର ସେବା କାର୍ଯ୍ୟରେ ବିମୋହିତ ହୋଇ ତାଙ୍କ ସାଙ୍ଗରେ ଚାଳି ଆସିଥିଲେ । ଏହା ଜାଣିବା ପରେ ମା ନନୀଙ୍କୁ ନେବାକୁ ଆସିଥିଲେ । କିନ୍ତୁ ଦେବୀ ଯିବା ପାଇଁ ମନା କରିଦେଇଥିଲେ । ପରେ ଗୋଡାଳ-ଡଙ୍ଗରଗାଁ ମଧ୍ୟ ଭାଗରେ ଥିବା ଗାଁ ନିକଟରେ ଶକ୍ତି ଲିଙ୍ଗ ରୂପେ ଆବିର୍ଭାବ ହୋଇ ପୂଜା ପାଉଛନ୍ତି । ଏଠାରେ ରାତ୍ରିକାଳୀନ ପୂଜା ହୋଇଥିବା ବେଳେ ଅଞ୍ଚଳର ଶହଶହ ଜନସାଧାରଣ ତଥା ମାନସିକ ପୂରଣଧାରିମାନେ ବଳି ପକାଇଥାନ୍ତି । ଫଳରେ ଦେବୀଙ୍କ ଶକ୍ତି ପିଠ ରକ୍ତ ରଞ୍ଜିତ ହୋଇଥାଏ ।

hiranchal ad1
Leave A Reply

Your email address will not be published.

13 − 6 =