ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ଜଣେ ଗିରଫ

0 406

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍‌ଏସି ଅନ୍ତର୍ଗତ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ (୩୬) । ସୂଚନାରୁ ପ୍ରକାଶ ଲକ୍ଷ୍ମୀଧର ବେଆଇନ୍‌ ଭାବେ କଫ ସିରପ ବ୍ୟବସାୟ କରିଆସୁଥିଲେ । ଯାହାକୁ ନେଇ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ । ଆଜି ସକାଳେ ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ମୋବାଇଲ୍‌ ଟିମ ମହୁଲିଆ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ପରେ ୧୯୯ / ୨୨ ଏଣ୍ଡି ପିଏସ୍‌ ଆକ୍ଟ ମାମଲା ରୁଜୁ କରିବା ସହିତ ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ମୋବାଇଲ ଟିମ୍‌ରେ ଉପ ଆରକ୍ଷୀ ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର , ପ୍ରଫୁଲ୍ଲ କୁମାର ଗୁରୁ , ଦେବୀ ପ୍ରସାଦ ପାଣି, ଲକ୍ଷ୍ମୀଧର ବେହେରା, ବିକାଶ ଜେନା, ପ୍ରଶାନ୍ତ ସେଠୀ ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 + twelve =