ପ୍ରାଥମିକ ଶିକ୍ଷକ ଓ ଗଣ ଶିକ୍ଷକଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

0 78

ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ହାଇସ୍କୁଲ ପଡ଼ିଆରୁ ବାହାରିଥିଲେ । ଶିକ୍ଷକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରି ମୋହନା ମୁଖ୍ୟ ସଡ଼କର ପ୍ରତ୍ୟେକ ଛକରେ ନିଜ ଦାବି ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବା ପରେ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ୮ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣ ଶିକ୍ଷକମାନଙ୍କୁ ନିୟମିତ ନିଯୁକ୍ତି ଏବଂ ଏକ୍ସ କ୍ୟାଡର ଶିକ୍ଷକ ଓ ଗଣ ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରିବା,୨୦୨୦ରୁ ବନ୍ଦ ଥିବା ଇକ୍ରିମେଣ୍ଟ ପ୍ରଦାନ କରିବା, ଡେପୁଟି ସନକୁ ବାତିଲ କରିବା, ଟ୍ରେଜେରୀ ମଧ୍ୟରେ ଦରମା ପ୍ରଦାନ, ୬ ମାସର ଏରିଅର ପାଇବାରୁ ବଞ୍ଚିତ ଥିବା ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ଆଦି ଦାବି ରହିଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ସଭାପତି ଦିବାକର ନାୟକ, ସମ୍ପାଦନ କେଶବ ବେହେରା ଦଳାଇ, ସଚିବ ଜଗନ୍ନାଥ ସାହୁ,ଏକ୍ସ କ୍ୟାଡର ମୁଖ୍ୟ ସ୍ୱପ୍ନେଶ୍ୱର ରାଉତ,ବିକ୍ରମ ପାତ୍ର, ଭାସ୍କର ବିଷୋୟୀ, ସୀତା ରାମ ସାହୁ, ମାଳତୀ ନାୟକ, ସ୍ୱପ୍ନା ଦାସଙ୍କ ସମେତ ବ୍ଳକ ମିଳିତ ଶିକ୍ଷକ ସଂଘର ସଭାପତି କବି ରାଜ୍‌ ମଳିକ, ଉପ ସଭାପତି ଦିବାକର ନାୟକ, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ଉପଦେଷ୍ଟା ଗଗନ କୁମାର ଦାସ, ଜଗନ୍ନାଥ ସେଠୀ, ଦେବରାଜ ସେଠୀଙ୍କ ସମେତ ବିଭିନ୍ନ ବର୍ଗର ୨୦୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 4 =