ଗଜପତି ଜିଲ୍ଲା ଅଟୋ ରିକ୍ସା ଡ୍ରାଇଭର ଓ ମାଲିକ ସଙ୍ଘ ତରଫରୁ ୭ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ

0 75

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଟୋ ରିକ୍ସା ଚାଳକ ଓ ମାଲିକ ସଙ୍ଘ ତରଫରୁ ହାଇସ୍କୁଲ ଛକଠାରୁ ଶତାଧିକ ଅଟୋ ରିକ୍ସା ଡ୍ରାଇଭର ନିଜର ଅଟୋ ଗୁଡ଼ିକ ଧରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରିଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ବିଭିନ୍ନ ଅଧିକାରୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଆନ୍ଧ୍ର- ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଅଟୋ ଚଳାଇ ଶତାଧିକ ପରିବାର ଜୀବିକା ନିର୍ବାହ କରୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ପରମିଟ ବାବଦକୁ ମାତ୍ରାଧିକ ଅର୍ଥ ଆଦାୟ କରୁଥିବା ସହ ଅକାରଣରେ ରାସ୍ତା ଘାଟରେ ଅଟୋ ଅଟକାଇ ବେଆଇନ ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ଅଟୋ ଚାଳକ ସଙ୍ଘ । ଗଜପତି ଆରଟିଓ ଏବଂ କର୍ମଚାରୀଙ୍କ ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହଶହ ଅଟୋ ଚାଳକ ।

hiranchal ad1
Leave A Reply

Your email address will not be published.

six + 10 =