ଚିପିଲିମା ମାର୍କେଟରେ ଅଷ୍ଟପ୍ରହରୀ ଓ ଅଖଣ୍ଡ ନାମଯଜ୍ଞ ଆୟୋଜିତ

0 73

ସମ୍ବଲପୁର : ସମ୍ବଲପୁର ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିମାସ ଶୁକ୍ଳ ଚତୁର୍ଦଶୀ ଦିନ ଏକ ଦିବସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଥିବାବେଳେ, ଗତ ରବିବାର ମହାସମାରୋହ ମଧ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଭାତରୁ ରୀତିନୀତି ରେ କଳସ ପୂଜା, ଷଡବୈଷ୍ଣବ ପୂଜା, ରାଧାକୃଷ୍ଣ ପୂଜା, ହବନ, ଆରତୀ ପୁଷ୍ପାଞ୍ଜଳି ଆଦି ହୋଇଥିବାବେଳେ, କର୍ତ୍ତା ଭାବରେ ନଦିଆ ବାରିକ ଓ ତାଙ୍କ ସହଧର୍ମିଣୀ ସୁକାନ୍ତି ବାରିକ ଦାୟିତ୍ୱ ସମ୍ପାଦନ କରିଥିଲେ l ସମଗ୍ର ପୂଜାକାର୍ଯ୍ୟକୁ ପଣ୍ଡିତ ପ୍ରଦୀପ କୁମାର ନାୟକ ସମ୍ପାଦନ କରିଥିଲେ l ସନ୍ଧ୍ୟାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିବାବେଳେ, ଦିନ ତମାମ “ହରେ କୃଷ୍ଣ ହରେ ରାମ “ମହାମନ୍ତ୍ର ରେ ମନ୍ଦିର ତଥା ଆଖ ପାଖ ଅଞ୍ଚଳ ମୁଖରିତ ହୋଇଥିଲା l ନିମନ୍ତ୍ରିତ ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନକରି ସହଯୋଗ କରିଥିବାବେଳେ, ସମସ୍ତଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା l ଆୟୋଜିତ ନମଯଜ୍ଞ ରେ ପଞ୍ଚାନନ ପଣ୍ଡା, ମନୋଜ ଦାସ, ବିଶ୍ୱ ପୂଜାରୀ, ସୁରେଶ ବେହେରା, କାମରାଜୁ, ମୁନ୍ନା ସାମଲ ପ୍ରମୁଖଙ୍କ ସମେତ ସମସ୍ତ ଅଂଚଳବାସୀ ସହଯୋଗ କରିଥିଲେ l

hiring

ଚିପିଲିମାରୁ ପ୍ରଦୀପ କୁମାର ନାୟକଙ୍କ ରିପୋର୍ଟ, ହୀରାଞ୍ଚଳ ଲାଇଭ

hiranchal ad1
Leave A Reply

Your email address will not be published.

16 − four =