ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପଥର ଖାଦାନ କ୍ଷତିଗ୍ରସ୍ତ ଗ୍ରାମବାସୀ

0 236

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ସାହି ଗ୍ରାମ ନିକଟରେ ଥିବା କଳା ମୁଗୁନି ପାହାଡ଼ଟିକୁ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଛି । ପାହାଡ଼ରେ ପ୍ରତ୍ୟେକ ଦିନ ବିସ୍ଫୋରଣ ଏବଂ ବଡ଼ବଡ଼ ଭାଇବ୍ରେଟର ମେସିନ ଦ୍ୱାରା ପଥର ଫୁଟା ଯିବାଯୋଗୁଁ ଅଳ୍ପ ଦୂରରେ ଥିବା ଗ୍ରାମରେ ପଥର ଖଣ୍ଡ ପଡ଼ିବା ସହ,ଘରଛାତ ,କାନ୍ଥମାନଙ୍କରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ସଂଗେ ସଂଗେ ଜମି ଜମାରେ ପଥର ଖଣ୍ଡ ପଡି ଚାଷଜମି ଚାଷପାଇଁ ଅନୁପଯୁକ୍ତ ହୋଇପଡୁଛି । ନିକଟସ୍ଥ ଗ୍ରାମର ଗୋରୁଗାଈ ସମେତ ଅନ୍ୟାନ୍ୟ ଗୃହପାଳିତ ପଶୁମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ନିକଟସ୍ଥ ଗ୍ରାମବାସୀମାନେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମର ସମସ୍ତ ସଦସ୍ୟମାନେ ଦଶପଲ୍ଲା ତହସିଲଦାରଙ୍କୁ ଏହି ବିଷୟରେ ଲିଖିତ ଭାବରେ ଅବଗତ କରିବା ସହିତ ଫାଟ ସୃଷ୍ଟିହୋଇଥିବା ଘର ଓ ଛାତର ଫଟୋ ମଧ୍ୟ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 1 =