ଘୁନସର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 250

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଆରବିଏସଏସ କଲେଜ ଘୁନସରରେ ବିଜେଡିର ୨୫ତମ ପ୍ରତିଷ୍ଠାର ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ଲକ ସଭାପତି ରମେଶ ପଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ ବୃକ୍ଷରୋପଣ କରି ତାଙ୍କୁ ବଞ୍ଚାଇବାକୁ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବ୍ଲକ ସଭାପତି ରମେଶ ପଧାନ କହିଥିଲେ । ଏହି କାଯ୍ୟକ୍ରମରେ ଜୋନ ନଂ୪ ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର, ଘୁନସର ସରପଞ୍ଚ ଅନୁସୁୟା ସାହୁ, ସମିତି ସଭ୍ୟା ଘନକେଶୀ ସୁନା, ସାହାଜପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ, ଗ୍ରାମପଞ୍ଚାୟତ ସଭାପତି ଚକ୍ର ସାହୁ , ଗୋବିନ୍ଦ ବାରିକ, ମୋହନ ସୁନା, ବିକାଶ ଦାଶ, ପ୍ରିନସିପାଲ ରଜତ ମିଶ୍ର, ଇନ୍ଦ୍ରମଣି ସାହୁ ଓ ବିଜେଡିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ପ୍ରକାର ଗଛ ତଥା ଲମ୍ବ, ଅଳାଁ, ଶାଳ, ବାଉଁଶ, ବାହାଡା ଆଦି ବୃକ୍ଷରୋପଣ କରାଯାଇଥିଲା । ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ଏବଂ ଚାରାରୋପଣ କରାଯାଇ ତାଙ୍କୁ ବଞ୍ଚାଇବାକୁ ସଚେତନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × two =