ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ

0 167

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏଥରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଡାକ୍ତର ବିବେକାନନ୍ଦ ମଲାନା ଯୋଗ ଦେଇଥିଲେ । ପରାମର୍ଶଦାତ୍ରୀ ଗୀତାଞ୍ଜଳି ପଣ୍ଡା ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଅନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ସରୋଜକୁମାର ପାଠୀ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଅଧ୍ୟାପକ ମାନସରଞନ ପ୍ରଧାନ ଉଦବୋଧନ ଦେଇଥିଲେ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଓଡ଼ିଶା ଏଡସ ନିୟନ୍ତ୍ରଣ ସଂସ୍ଥାର କାଉଁସିଲର ଗୀତାଞ୍ଜଳୀ ପଣ୍ଡା ଏଡ୍ସ ବ୍ୟାପିବା ଓ ଏହାର ନିରାକରଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ନିଜନିଜର ସନ୍ଦେହମୋଚନ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =