ତିନି ମାତୃପିତୃହୀନ ଶିଶୁଙ୍କ ଇଂଜିନିୟରିଂ ଶିକ୍ଷାର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ

0 41

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଦୁଇ ଜଣ ମାତୃପିତୃ ହୀନ ଶିଶୁ କନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତୃ ହୀନ ଶିଶୁ କନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଥିବା ହେତୁ ସେମାନଙ୍କର ଭବିଷ୍ୟତକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ଭୁବନେଶ୍ୱର ସ୍ଥିତ ସି.ଭି. ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଯାଇଛି । ଯେଉଁଠି କି ମାଗଣାରେ ଶିଶୁ ମାନେ ଖାଇବା, ରହିବା ଓ ପାଠ ପଢିବା ସୁବିଧା ପାଇପାରିବେ । ସି ଭି ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସାଧାରଣ ଶିଶୁମାନେ ପାଠ ପଢିବା ଏକ ସ୍ୱପ୍ନ ହୋଇପାରେ କିନ୍ତୁ ଜିଲ୍ଲା ପ୍ରଶାସନ ଗଜପତିଙ୍କ ସହାୟତାରେ ଉକ୍ତ ତିନି ଜଣ ଶିଶୁ ସିଭି ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପାଠପଢି ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ସାହାଯ୍ୟ ପାଇ ଆଗକୁ ବଢ଼ି ପାରିବେ । ଯାହା ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ସମାଜରେ ସସମ୍ମାନେ ବଞ୍ଚି ପାରିବେ । ଏହି ବିଶ୍ୱ ବିଦ୍ୟାଳୟ ଉପରୋକ୍ତ ଶିଶୁଙ୍କ ପାଇଁ ଏମଟେକ୍‌ ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି କାର୍ଯ୍ୟକ୍ରମକୁ କଟକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଯୋଗ ସହଯୋଗ କରିଛି ।

hiranchal ad1
Leave A Reply

Your email address will not be published.

4 × four =