ବୋଲେରୋ ସହ ୧୩୨ କେଜି ଗଞ୍ଜେଇ ଜବତ

0 519

ଫୁଲବାଣୀ : ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି । ତେବେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୂଚନା ପାଇ ଅବକାରୀ ବିଭାଗର ଏକ ୬ ଜଣିଆ ଟିମ ଗାଡ଼ିଆ ପଡା ଘାଟିରେ ଛକି ରହିଥିଲେ । ହେଲେ ଅବକାରୀ ବିଭାଗ ଗାଡି ଅଟକାଇବାକୁ ଚେଷ୍ଟା କରିବାବେଳେ ଗାଡିକୁ ଧକ୍କା ଦେଇ ବୋଲେରୋ ପିକଅପ ପଳାଇଥିଲା, ତାକୁ ପିଛା କରି ଗାଡିକୁ ଧରିଥିଲା ଅବକାରୀ ଟିମ । ଗାଡି ଛାଡି ଦେଇ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଅବକାରୀ ବିଭାଗ କହିଛି ।

hiranchal ad1
Leave A Reply

Your email address will not be published.

14 + 20 =