ଆନ୍ତର୍ଜାତିକ ମହିଳା ହିଂସା ବିରୋଧ ଦିବସରେ ସଚେତନତା ଶିବିର

0 82

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବେତଗୁଡା ସ୍ଥିତ ସରକାରୀ ପଲିଟେକ୍ନିକ କଲେଜ ପରିସରରେ “ସଖି’ ୱାନ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳାହିଂସା ବିରୋଧ ଦିବସ ଅବସରରେ ସଖି କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଗୌରୀଶଙ୍କର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ଶିଶୁମାନଙ୍କର ଅଧିକାର, ବାଲ୍ୟବିବାହ ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ନାୟକ କେନ୍ଦ୍ରର ଉଦ୍ଦେଶ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଥିଲେ । ତା’ ସଙ୍ଗେ ସଙ୍ଗେ କର୍ମ୍‌ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା, ପାରିବାରିକ ହିଂସା , ୧୮୧ , ୧୧୨ , ଏସିଡ୍‌ ଆଟାକ୍‌ , ସାଇବର ଅପରାଧ ଉପରେ ଆଲୋଚନା କରିଥିଲେ ।
ଚାଇଲଡ୍‌ ଲାଇନ ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ଚାଲାଣ ଉପରେ ଆଲୋଚନା କରିଥିଲେ ।
ଟି.ସୁରେଶ ଯୋଗଦେଇ ୧୦୯୮ ଏବଂ ଚାଇଲଡ୍‌ ଲାଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।
ଗତ ନଭେମ୍ବର ୨୫ ତାରିଖ ଠାରୁ ଚଳିତ ଡିସେମ୍ବର ୧୦ ତାରିଖ ଯାଏଁ ବିଭିନ୍ନ ସ୍ତରରେ ହିଂସାମୁକ୍ତ ସମାଜ ପାଇଁ ୧୬ ଦିନିଆ ସଚେତନେତା କାର୍ଯ୍ୟକ୍ରମ ଚାଲୁରହିବ ।
ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ , ଅଧ୍ୟାପିକାଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
କେନ୍ଦ୍ରର ମୋହିନୀ ପ୍ରଧାନ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ”ସଖି” କେନ୍ଦ୍ରର ମଧୁସ୍ମିତା ପାଢ଼ୀ , ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ସୁନିତା ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + four =