ପାଳିତ ହେଲା ଶହୀଦ ଦିବାକର ପରିଡ଼ାଙ୍କ ୧୧୨ତମ ଜୟନ୍ତୀ ସମାରୋହ

0 128

ଦଶପଲ୍ଲା: ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମ ଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ସୌଦାମିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଦିତ୍ୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀ ରଘୁ-ଦିବାକର ଅଭିନ୍ନ ଓ ଅବିଚ୍ଛେଦ୍ୟ ବୋଲି ଅତିଥିମାନେ ମତ ଦେଇଥିଲେ ।
ବାଉଁଶ ଠେଙ୍ଗାରେ ହୋଇଥିବା ଏହି ଆନ୍ଦୋଳନ ଓ ଏହି ଠେଙ୍ଗା ବ୍ରିଟିଶ ପାର୍ଲାମେଣ୍ଟକୁ ଯିବା ପ୍ରସଙ୍ଗ ଆଲୋଚନା ହୋଇଥିଲା । ରଣପୁରର ସ୍ୱାଧିନତା ଆନ୍ଦୋଳନ ସମଗ୍ର ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଦିବାକର ପରିଡ଼ା ଜଣେ ବିପ୍ଳବୀ ଓ ଏକନିଷ୍ଠ ସଂଗ୍ରାମୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ରଣପୁର ଆନ୍ଦୋଳନ ଜନଶ୍ରୁତି ସମ୍ପର୍କରେ ଅତିଥି ଶ୍ରୀଯୁକ୍ତ ଆଚାର୍ଯ୍ୟ ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧି ଚିତ୍ତରଞ୍ଜନ ପାଶା, ଅନୀଲ କୁମାର ପଣ୍ଡା, ରିତେନ୍ଦ୍ର ଛାଟୋଇ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ରଜତ ପଟ୍ଟନାୟକ, ପ୍ରଶାନ୍ତ ଜେନା, ଜୟେନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୟାନ୍ୟ ଫାଉଣ୍ଡେସନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty − 5 =