ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

0 44

ସମ୍ବଲପୁର:କୋମଳମତି ଶିଶୁମାନଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣୁ ଶିଶୁ ଶ୍ରମିକ ନିରାକରଣ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସଚେତନତା ରଥକୁ ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ସମସ୍ତ ସହରାଞ୍ଚଳ ପହଂଚି ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରିବ । ଯେହେତୁ ଶିଶୁ ଆମ ଦେଶର ଭବିଷ୍ୟତ, ସେଥିପାଇଁ ଆମେ ତାଙ୍କୁ ଯଦି ସୁରକ୍ଷିତ ରଖିବା ତେବେ ନିଶ୍ଚିତ ଭାବେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବା ସହ ଉଜ୍ଜ୍ୱଳ ହେବ । ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନିୟ ଅପରାଧ ଅଟେ ଓ ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂକୁଳ କାମରେ ( ବୃତ୍ତି ଓ ପ୍ରକ୍ରିୟା ) ନିୟୋଜନକୁ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ବିଧି ଅନୁସାରେ ଜରିମାନା ଦେବାକୁ ପଡିପାରେ । କେବଳ ଜରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ ନିୟୋଜିତ କରୁଥିଲେ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ଆବଶ୍ୟକ ସ୍ଥଳେ ଜେଲ ଓ ଜରିମାନା ଉଭୟ ଦଣ୍ଡ ମଧ୍ୟ ହୋଇପାରେ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଂକୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜିତ କରିଛନ୍ତି ତେବେ ଅବିଳମ୍ବେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇ ପାରିବେ । ଏତଦ ବ୍ୟତୀତ, ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲଡ ହେଲ୍ପ ଲାଇନ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ସମ୍ବଲପୁର ଘାସିରାମ ଟୁଡୁ, ଶ୍ରମ ଅଧିକାରୀ ସୁମିତ୍ରା ମାଝୀ, ରେଡକ୍ରସ ସମ୍ପାଦକ ଜୟ ଜର୍ଜ,ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଆଦି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =